Highlightsରାଜ୍ୟ ବିମାନରେ ପିଟିହେଲା ପକ୍ଷୀ, ବର୍ତ୍ତିଲେ 180 ଯାତ୍ରୀ adminJune 19, 2025 ବିମାନ ଯାତାୟତରେ ଏବେ ଭୟ ବଢୁଛି । ବିମାନରେ ଯିବାକୁ ହେଲେ ଲୋକଙ୍କ ମନରେ ଛନକା ପଶୁଛି। ଗତ କିଛି ଦିନ ଭିତରେ ଅନେକ ବିମାନ ଜନିତ ଦୁର୍ଘଟଣାରୃ ଘଟିବା ପରେ ଆଜି ଆଉ ଏକ ଘଟଣା ସାମନ୍ନାକୁ ଆସିଛି । ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ପରେ ଗନ୍ତବ୍ୟସ୍ଥଳକୁ ନଯାଇ ଏହା ପୁଣିଥରେ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇଣ୍ଡିଗୋ ବିମାନ ୬ଇ-୬୭୧୭ ରନୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ସମ୍ମୁଖ ଭାଗରେ ପିଟି ହୋଇଥିଲା । ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । 67 Total Count
ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ବିଜେପିର ଫୋକସ୍ ମୋଦି-ଶାହଙ୍କ ଗସ୍ତ ପରେ ଆଗ୍ରେସିଭ ମୁଡ୍ ରେ ରାଜ୍ୟ ବିଜେପି। ମୋଦି ମନ୍ତ୍ରକୁ ପାଥେୟ କରି ମଜଭୁତ ସଙ୍ଗଠନ ପାଇଁ… December 3, 2024
ଆଜିଠୁ ଆରମ୍ଭ ହେବ ଡିଜିପି ସମ୍ମିଳନୀ ଜାଣନ୍ତୁ କଣ ରହିଛି ଫୋକସ ଡିଜିପି ସମ୍ମିଳନୀରେ ଆଲୋଚନାର ଫୋକସରେ ରହିଛି ସବୁ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା । ଏହା ଉପରେ ରାଜ୍ୟ ପୋଲିସ ମୁଖିଆଙ୍କଠାରୁ… November 29, 2024
ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ଗାଦି ମଡ଼ା ସାବଧାନ ! ଏବେ ବାଜିବ ସରକାରଙ୍କ ଛାଟ ! ସାବାଡ୍ ହେବେ OAS ଅଫିସର ! ସରକାରଙ୍କ… December 10, 2024