ପୁରୀ ଠାରୁ କୋଟପାଡ଼ ଅଭିମୁଖେ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ସ୍ଥିତ ଆଖୁସିଙ୍ଗ ନିକଟରେ ଘଟିଛି ଏହି ଦୁର୍ଘଟଣା। ବସ୍ଟି ରାସ୍ତାରୁ ତଳକୁ ଖସି ଓଲଟି ପଡ଼ିଛି। ଭୋର ୩ଟା ସମୟରେ ଘଟିଛି ଏହି ଅଘଟଣ।
ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ୧୦ ଜଣ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି।ଘଟଣା ସ୍ଥଳରେ ପଦ୍ମପୁର ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

