ଏଣିକି ‘ହରିଜନ’ ଶବ୍ଦ ବ୍ୟବହାର କରାଯିବ ନାହିଁ

ଏଣିକି ‘ହରିଜନ’ ଶବ୍ଦ କୌଣସି ସରକାରୀସ୍ତର କିମ୍ବା ଶିକ୍ଷାକ୍ଷେତ୍ରରେ ବ୍ୟବହାର କରାଯିବନାହିଁ। ଏନେଇ ବହୁ ପୂର୍ବରୁ ରୋକ୍‌ ଲାଗିଥିଲେ ହେଁ ମଙ୍ଗଳବାର ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ ବି. ପରମେଶ୍ୱର ପୁନର୍ବାର ସମସ୍ତ ବିଭାଗର ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।

ମଙ୍ଗଳବାର ସଚିବ ପରମେଶ୍ୱର ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ, ଏ ସଂକ୍ରାନ୍ତରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୧୨ ନଭେମ୍ବର ୨୨ର ଏକ ନିର୍ଦ୍ଦେଶନାମାକୁ ଆଧାରକରି ୨୦୧୩ ଜାନୁଆରୀ ୧୦ରୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

ହେଲେ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ପକ୍ଷରୁ ଏକ ମାମଲାକୁ ଆଧାରକରି ୨୦୨୫ ଜାନୁଆରୀ ୩୧ରେ ପୁନର୍ବାର ନିର୍ଦ୍ଦେଶ ଆସିଛି ଯେ, ‘ହରିଜନ’ ଶବ୍ଦ ବ୍ୟବହାର କରାଯିବନାହିଁ। ତେଣୁ ସରକାରୀ କାର୍ଯ୍ୟ, ନଥିପତ୍ର ସମ୍ପାଦନ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ ବେଳେ ଏହି ଶବ୍ଦ ବ୍ୟବହାର ହେବନାହିଁ। ସେ ଦର୍ଶାଇଛନ୍ତି, ସମ୍ବିଧାନରେ ଉଲ୍ଲେଖ ଥିବା ‘ସିଡ୍ୟୁଲ୍ଡ କାଷ୍ଟ’ ଅର୍ଥାତ୍‌ ଅନୁସୂଚିତ ଜାତି ହିଁ ‘ହରିଜନ’ ଶବ୍ଦର ପ୍ରତିବଦଳରେ ସବୁକ୍ଷେତ୍ରରେ ବ୍ୟବହାର କରାଯାଇପାରିବ।

Post Views14 Total Count

Apply Now


This will close in 0 seconds

error: Content is protected !!