ରାଜ୍ୟର ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’ । କ୍ରୁଟ୍ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୁର୍ଘଟଣା ରୋକିବାକୁ ସ୍ପିଡ୍ ଉପରେ ଲଗାଯାଇଛି ଅଙ୍କୁଶ । ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିମି ଓ ଡିଜେଲ୍ ବସ୍ ୪୦ କିମି ସ୍ପିଡରେ ଯିବ ।
ରାଜ୍ୟର ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’ । ଅନୁଗୁଳ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଓ ରାୟଗଡା ଆଦି ଆଉ ୮ଟି ସହରରେ ‘ଆମ ବସ୍’ ପ୍ରଥମ ଥର ଚଳାଚଳ କରିବ । ଗତକାଲି କ୍ରୁଟ୍ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ଦୁର୍ଘଟଣା ରୋକିବାକୁ ନାନା ପଦକ୍ଷେପ ସଂପର୍କରେ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

