ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ । ତଳ କୋର୍ଟର ରେକର୍ଡ ଦାଖଲ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ମାମଲା ଖାରଜ କରିବା ପରେ ହାଇକୋର୍ଟ ଯାଇଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।

ଫ୍ୟାମିଲ କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ ମିଡିଆରେ ପୁଣି ଭିଡିଓ ଛାଡି ଛାଡପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଅନୁରୋଧ କରିଥିଲେ । ଗତ ୧୦ତାରିଖରେ ଏକ ନୂଆ ଭିଡିଓ ଛାଡି ଅନୁଭବ କହିଥିଲେ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହାପାଇଁ ରାତିରେ କେହି ଶୋଇପାରୁନାହାଁନ୍ତି ।

ତେଣୁ ତାଙ୍କ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି କହିଥିଲେ । ପୂର୍ବରୁ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କ ପାଇଁ ଟ୍ୱିଟ କରିଥିଲେ ଅନୁଭବ । ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ରେ ରହିଛି । ତେବେ ହାଇକୋର୍ଟ ରେ ଅନୁଭବଙ୍କ ଆବେଦନ ପରେ ଏହି ଚର୍ଚ୍ଚିତ ମାମଲା ଟି କୁଆଡ଼େ ଯାଉଚି ତାହା ଦେଖିବାକୁ ବାକି ରହିଲା ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!