ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି ।
ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକୀୟ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡିରହିଥିବା ମାମଲାଗୁଡିକ ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।
ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

