ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନେଇ ଧରାପଡିଲେ ଯୁବକ

ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରୁଥିଲେ ଫୋଟୋ ଓ ଭିଡିଓ। ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକଙ୍କ ପ୍ରବେଶ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବକଙ୍କ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଯାଇଥିବା ଜଣାପଡ଼ିଛି।

ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲେ। ଚଷମାରେ ଲାଗିଥିବା ଲେନ୍ସ ରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍ କୁ ଟ୍ରାନ୍ସଫର ହେବା ଭଳି କ୍ୟାମେରା। ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା। ତେବେ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନାକୁ ନେଇଛି। ଯୁବକ ଜଣକ ପୁରୀ ଗଜପତି ନଗରର ବୋଲି ଜଣାପଡିଛି। ଅଭିସିତ୍ କର ତା ସହ କେଉଁ ସେବକ ଯାଇଥିଲେ ତାହାର ମଧ୍ୟ ତଦନ୍ତ କରାଯାଉଛି।

 

Post Views13 Total Count

Apply Now


This will close in 0 seconds

error: Content is protected !!