ସ୍କୁଲସ୍ତରରୁ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାକୁ ଲକ୍ଷ୍ୟ

କ୍ରିଡା ବିଭାଗର ରିପୋର୍ଟ ।୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ପ୍ରତିଶ୍ରୃତି ଦିଆଯାଇଥିଲା ତାହା ପାଳନ କରଛି କ୍ରୀଡ଼ା ବିଭାଗ । କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରିଡା ସଚିବ ତଥ୍ୟ ରଖିଛନ୍ତି ।ହକିରେ ଗ୍ଲୋବାଲ ହବ ପାଲଟିଛି ଓଡିଶା । ଦୁଇଥର ପୁରୁଷ ବିଶ୍ବକପ ହକି ଆୟୋଜନ କରି ଓଡ଼ିଶା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିଛି । ଆସନ୍ତା ଶିକ୍ଷା ବର୍ଷରୁ  ସ୍କୁଲ  ପାଠ୍ୟକ୍ରମରେ କ୍ରୀଡ଼ାକୁ ବିଷୟ ଭାବେ ପଢାଯିବ ବୋଲି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି  ।

ବିଶ୍ବର ଶ୍ରେଷ୍ଠ ଷ୍ଟାଡ଼ିୟମ ମଧ୍ୟରେ କଳିଙ୍ଗ ଓ ବିର୍ସା ମୁଣ୍ଡା ଆଣିଛି ସ୍ବତନ୍ତ୍ର ପରିଚୟ । ୧୫ ମାସ ମଧ୍ୟରେ ନିର୍ମାଣ ହୋଇ ରାଉଲକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ହକି ଷ୍ଟାଡ଼ିୟମ ଭାବେ ରେକର୍ଡ଼ କରିଛି  । ୨୨୫ କୋଠରୀ ବିଶିଷ୍ଟ  ଅଲିମ୍ପିକ ଶୈଳୀର ହକି ଭିଲେଜର ବେଶ ଆକର୍ଷଣୀୟ ।  ସୁନ୍ଦରଗଡ଼  ଜିଲ୍ଲାରେ 17 ଟି ଆଷ୍ଟ୍ରୋ -ଟର୍ଫ ହକି ପଡିଆ ନିର୍ମାଣ ହୋଇଛି। ଏଥିସହ ରାଜ୍ୟର ସହରାଞ୍ଚଳରେ 90ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ 6 ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ ହୋଇଛି। ଆଗକୁ ତୃଣମୂଳସ୍ତରୁ କ୍ରୀଡ଼ାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମି ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି କ୍ରୀଡ଼ା ବିଭାଗ  । ଯେଉଁଥିରେ ରହଛି  ବିର୍ସା ମୁଣ୍ଡା,  ଆଥଲେଟିକ୍ସ ଷ୍ଟାଡ଼ିୟମ,  କଳିଙ୍ଗ ଷ୍ଟାଡ଼ିୟମ ଟେନିସ ସେଣ୍ଟର,  କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ । ଏସବୁ ସ୍ଥାନରେ କ୍ରୀଡ଼ାବିତମାନଙ୍କୁ ଶୀର୍ଷସ୍ତରୀୟ ତାଲିମ ସୁବିଧା ଯୋଗାଇ ଦିଆଯାଇଛି  ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!