ଯୋଗାଣ ଓ ସମବାୟ ବିଭାଗର ରିପୋର୍ଟ କାର୍ଡ

ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା ହୋଇଛି  । ରିପୋର୍ଟ ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ତାଙ୍କ ସହ ଉପସ୍ଥିତ ଥିଲେ ଯୋଗାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଓ ସମବାୟ ସଚିବ ସଞ୍ଜୀବ କୁମାର ଚଢ଼ା । ଫସଲ ବୀମା ପାଇଁ ଚାଷୀଙ୍କ ପ୍ରିମିୟମ ଅର୍ଥ ରାଜ୍ୟ ସରକାର ଭରିବେ । ଅଧିକରୁ ଅଧିକ ଚାଷୀଙ୍କୁ ବୀମାଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ । ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ମିଳୁଛି । ଗତ ୪ ବର୍ଷରେ ଧାନ ବିକ୍ରି ପାଇଁ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୬୦ ପ୍ରତିଶତ ବଢ଼ିଥିବା ବେଳେ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୦୦ ପ୍ରତିଶତ ବଢ଼ିଛି ।

ବିନାସୁଧରେ ଋଣ ପରିମାଣ ୫୦ ହଜାରରୁ ବଢ଼ି ହୋଇଛି ୧ଲକ୍ଷ ଟଙ୍କା । ପୂର୍ବରୁ ୬ ଲକ୍ଷ ୪ ହଜାର ଚାଷୀ ଋଣ ନେଉଥିବା ବେଳେ ଏବେ ଏହି ସଂଖ୍ୟା ୩୨ଲକ୍ଷରେ ପହଞ୍ଚିଛି । ପ୍ରତିଷ୍ଠା ହୋଇଛି ୧୩ ଶହ ନୂଆ ସୋସାଇଟି । ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଘରେ ଘରେ ପହଞ୍ଚୁଛି । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା ।  ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶାକୁ ଅହମ୍ମଦାବାଦ ଆଇଆଇଏମ୍ କେସ୍ ଷ୍ଟଡି ଭାବେ ନେଇ ଗବେଷଣା କରୁଛି । କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବ। ପାଇଁ ୬୬ ଗୋଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ କରାଯାଇଅଛି ।

 

ଇ-ନାମ ପ୍ଲାଟଫର୍ମରେ ଏଫପିଓ ମାନଙ୍କୁ ପଞ୍ଜିକରଣ କରାଯାଇଅଛି ଏବଂ ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆନ୍ତ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୂତ ବୃଦ୍ଧି ଘଟି ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଅଛି । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ମୋଟ ୫୧ଟି ଗୋଦାମରୁ ୪୪ଟି ଗୋଦାମରେ ଓୟେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ସଲ୍ୟୁସନ ଆକ୍ଟର ବ୍ୟବସ୍ଥା ନାଗୁ କରାଯାଇଛି ଓ ଡବ୍ଲ୍ୟୁ ଡିଆରଏ ଅଧୀନରେ ପଞ୍ଜିକୃତ କରାହୋଇଛି ।ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନିରୁ ସୁରକ୍ଷା ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ୨୦୨୧-୨୨ ବର୍ଷ ପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ ଗୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଛି । ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!