ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡିଆ ଭାଷା- ସାହିତ୍ୟ ବିଭାଗର ନବୀନବରଣ ପର୍ବ ଓ ତତ୍ ସହିତ ‘ଜୀବନ ପଥେ ସାହିତ୍ୟ ଆସର’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା-ସାହିତ୍ୟ ବିଭାଗର ମୁଖ୍ୟା ଡ. ସଂଘମିତ୍ରା ଭଞ୍ଜ ଙ୍କ ପରିଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂତନ ଛାତ୍ରୀମାନଙ୍କ ସ୍ବାଗତ ନିମନ୍ତେ ନବୀନବରଣ ପର୍ବ ଆୟୋଜନ କରାଯାଇଥିଲା ।

ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଶିକ୍ଷା ଏବଂ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ସେମାନଙ୍କ ସ୍ବାଗତ ସହିତ ଜୀବନ ପଥେ ସାହିତ୍ୟ ଆସରର ଷଷ୍ଠତମ ସଂସ୍କରଣ ସେମାନଙ୍କ ସାରସ୍ବତ ଜୀବନକୁ ନୂତନ ଆଲୋକ ଏବଂ ଉଦ୍ଦୀପନା ପ୍ରଦାନ କରିବ ବୋଲି ମୁଖ୍ୟ ବକ୍ତା ଏହି ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡା ନିଜ ବକ୍ତବ୍ୟରେ ସାହିତ୍ୟ ମାନବ ଜୀବନକୁ ଆଲୋକିତ କରେ ବୋଲି କହିଥିଲେ । ଏହି ପର୍ବରେ ବିଶ୍ବବିଦ୍ୟାଳର ସ୍ନାତକୋତ୍ତର ଓଡିଆ ଭାଷା- ସାହିତ୍ୟ ବିଭାଗରୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକାଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଆସରର ଉପଦେଷ୍ଟା ଏବଂ ସଭାପତି ପ୍ର. ସଂଘମିତ୍ରା ମିଶ୍ର ଛାତ୍ରୀମାନଙ୍କୁ ଜୀବନରେ ସାହିତ୍ୟର ବହୁମୂଲ୍ୟ ସ୍ବରୂପ ସମ୍ପର୍କରେ ଆଲୋଚନା କରିଥିଲେ ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ର. ଚଣ୍ଡୀ ଚରଣ ରଥ ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇ ସାହିତ୍ୟର ଜୟ ହେଉ ବୋଲି କହିଥିଲେ । ସମ୍ମାନିତ ଅତିଥ୍ ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ସିତାଂଶୁ ଦାଶ ଏବଂ ପ୍ରାଧ୍ୟାପିକା ଡ. ଜ୍ୟୋତ୍ସ୍ନା ଦାସ ଛାତ୍ରୀମାନଙ୍କୁ ରମାଦେବୀଙ୍କ ନାମରେ ନାମିତ ଏହି ବିଶ୍ବବିଦ୍ୟାଳୟର ଗୌରବ ବଜାୟ ରଖିବାକୁ ଉପଦେଶ ଦେଇଥିଲେ ଓ ଅଳକା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ. ରେବତୀ ମୁଦୁଲି ନୂତନ ଛାତ୍ରୀଗଣଙ୍କୁ ବିଶ୍ବବିଦ୍ୟାଳୟର ଉନ୍ନତ ଶିକ୍ଷା – ଦୀକ୍ଷା ପ୍ରାପ୍ତି ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ । ସ୍ବାଗତ ଭାଷଣ ଏବଂ ଅତିଥ୍ୟ ପରିଚୟ ବିଭାଗ ମୁଖ୍ୟ ଡ . ସଂଘମିତ୍ରା ଭଞ୍ଜ ଦେଇଥିବାବେଳେ ଡ. ପୁଷିତା ଶୁକ୍ଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ବିଶ୍ବବିଦ୍ୟାଳୟର ଅନ୍ୟାନ୍ୟ ବିଭାଗରୁ ଚାଳିଶରୁ ଉର୍ଦ୍ଧ୍ଵ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଯୋଗ ଦେଇଥିବା ବେଳେ ବି.ଜେ.ଇଏମ୍ ବିଦ୍ୟାଳୟ ୨ର ନବମ ଶ୍ରେଣୀ ଛାତ୍ରୀ ରାଗିଣୀ ମୁଦୁଲି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡିଆ ବିଭାଗର ନବାଗତା ଛାତ୍ରୀ ମାନଙ୍କ ମଧ୍ୟରୁ ମିସ୍ ଫ୍ରେଶର୍ସ ଚୟନ କରାଯାଇଥିଲା । ଦୃଷ୍ଟିବାଧ୍ତ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ପ୍ରାଚୀର ପତ୍ରିକା ‘ଅଦ୍ୟା ୨୦୨୩’ ର ଉଦ୍ଘାଟନ ମଧ୍ୟଦେଇ ନବୀନବରଣ ପର୍ବ ସାଫଲ୍ୟ ମଣ୍ଡିତ ହୋଇଥିଲା ।

