ଖୁବ୍ ଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ପଞ୍ଜୀକରଣ କଟକଣା

ଖୁବ୍ ଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ପଞ୍ଜୀକରଣ କଟକଣା । ଏହି ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏକ ଚିଠା ଗାଇଡଲାଇନ ରାଜସ୍ବ ବିଭାଗକୁ ଦେଇଛି। ରାଜସ୍ବ ବିଭାଗ ଏହା ଉପରେ ଅଧିକ ତର୍ଜମା କରିବାକୁ ଉଭୟ ବିଭାଗର ଅଧିକାରୀଙ୍କ ସହ ଆସନ୍ତା ୬ ତାରିଖରେ ବୈଠକ କରିବେ । ୫ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପ୍ଲଟ ପଞ୍ଜୀକରଣ ପାଇଁ ବାଟ ବାହାରିଛି ।

ଏଥିରେ ଥିବା ପାର୍ଟ ପ୍ଲଟ ପଞ୍ଜୀକରଣ ପୂର୍ବରୁ କ୍ରେତା ପ୍ରଥମେ ରାସ୍ତା, ଡ୍ରେନେଜ ପାଇଁ ଆବଶ୍ୟକୀୟ ଜମି ସରକାରଙ୍କ ନାମରେ ରେଜିଷ୍ଟ୍ରେସନ କରିବାକୁ ସ୍ଥିର ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କେବଳ ପାର୍ଟ ପ୍ଲଟ ନୁହଁ, ଆପାର୍ଟମେଣ୍ଟ କିଣାବିକା ପାଇଁ ବାଟ ଫିଟିବାର ଆଶା ରଖାଯାଇଛି । ମାର୍ଚ୍ଚ ମାସ ମଧ୍ୟରେ ସରକାର ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବାକୁ ଉଦ୍ୟମ କରୁଛନ୍ତି । ଏପ୍ରିଲ ମାସରୁ ଏସବୁ ସମସ୍ୟାର ସମାଧାନ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

Post Views2 Total Count

Apply Now


This will close in 0 seconds

error: Content is protected !!