ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କଲା ସିବିଆଇ

ଗତ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

ବାହାନଗା ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି ନାହିଁ ସେ ନେଇ ତଦନ୍ତ କରୁଥିଲା ସିବିଆଇ। ଅନ୍ୟପକ୍ଷରେ ରେଲୱେ ସୁରକ୍ଷା କମିଶନର (CRS) ମଧ୍ୟ ଘଟଣାର ତଦନ୍ତ କରୁଥିଲେ ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସିବିଆଇ।

ଗିରଫ ରେଳ କର୍ମଚାରୀମାନେ ହେଉଛନ୍ତି- ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର। ଆଇପିସି ଧାରା ୩୦୪ ଏବଂ ୨୦୧ରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି। ଜାଣିକି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!