୧୨ ଘଣ୍ଟା ପରେବି ଆୟତ୍ତ ହେଉନି ଲକ୍ଷ୍ମୀ ମାର୍କେଟ ନିଆଁ

୧୨ ଘଣ୍ଟା ପରେ ବି ଲିଭୁନି ନିଆଁ। ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ଧୂଆଁମୟ ପରିବେଶ। ଗତକାଲି ରାତିରୁ ଜଳୁଛି ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ବରଂ ନିଆଁ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାକୁ ବ୍ୟାପିବାରେ ଲାଗିଛି ।

ନିଆଁ ସାଙ୍ଗକୁ ପ୍ରବଳ ଧୂଆଁ ଚାରିପାଖେ ଛାଇଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗ୍ୟାସ କଟର ଜରିଆରେ ଦୋକାନ ଗୁଡିକର ସଟର କଟାଯାଉଛି।

ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ଯ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି। ଏବେବି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଲାଗିଛନ୍ତି। ନିଆଁ ଲିଭା ବେଳେ ୩ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

ନିଆଁ ଏତେ ଜୋରରେ ବ୍ୟାପିଛି ଯେ, ଦୂରରୁ ଶ୍ରୀମନ୍ଦିର ମଧ୍ୟ ଦୃଶ୍ୟମାନ ହେଉନି।ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି। ତେବେ ଗତକାଲି ଏକ ଲୁଗା ଦୋନାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!