ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ ଲାଗୁଥାଇପାରେ। ହେଲେ ଏହା ସତ।Archana Nagଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ। ଏନେଇ ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା(ନଂ. ୫୮/୨୫) ରୁଜୁ ହୋଇଛି।
ସୂଚନାଯୋଗ୍ୟ, Archana Nagଙ୍କ ହନିଟ୍ରାପ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଏଥିରେ ବହୁ ବଡ଼ ବଡ଼ ନେତା ଓ ବ୍ୟକ୍ତି ସଂପୃକ୍ତ ଥିବା ଖବର ଆସିଥିଲା। ଯାହାପରେ ତାଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା।
ସେ ଗିରଫ ହେବାର କିଛିଦିନ ପରେ ତାଙ୍କ ସ୍ବାମୀ ଗିରଫ ହୋଇଥିଲେ। ପ୍ରାୟ ଦେଢବର୍ଷ ପରେ ଦୁହେଁ ଜେଲରୁ ବାହାରିଥିଲେ। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

