ହସପିଟାଲରେ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନଲାଇନ ଗେମର

ସବୁ ସାରିଦେଲା ଅନଲାଇନ୍ ଗେମ୍। ପାଖରେ ଥିବା ସବୁ ଟଙ୍କା ଖାଲି ହୋଇଗଲା, ଋଣ ଟଙ୍କା ବି ଖାଇଗଲା। ଆଖି ସାମ୍ନାରେ ଜୀବନ ହାରିବା ଛଡ଼ା କିଛି ବାଟ ଦେଖାଗଲାନି। ଅନଲାଇନ୍ ଗେମରେ ତଳିତଳାନ୍ତ ହୋଇ ଶେଷରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଳେଶ୍ବରର ଜଣେ ଯୁବକ। ସେପଟେ ବଲାଙ୍ଗୀରରେ ଅନଲାଇନ୍ ଜୁଆର ମାଷ୍ଟରମାଇଣ୍ଡ ଲକ୍ଷେଶ୍ବର ମଲ୍ଲିକଙ୍କୁ ଧରିବା ପରେ ପୋଲିସ ସଟ୍ଟାବାଜ୍ ହିତେଶ ଜୈନକୁ ଧରିବାକୁ ଜାଲ ବିଛାଇଛି। ବିଶେଷଜ୍ଞ କହିଛନ୍ତି, ଅନଲାଇନ ଗେମରେ ଆସିବ କମ୍, ଯିବ ଅଧିକ, ତେଣୁ ସାବଧାନ।

କାଙ୍ଗାଳ କରିଦେଲା ଅନଲାଇନ୍ ଗେମ୍ । ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା । ଜୀବନ ହାରିବାକୁ ଉଦ୍ୟମ । ହସପିଟାଲରେ ବେଡରେ ଯନ୍ତ୍ରଣାରେ ଛଟପଟ, ସୌରଜିତ ରାୟ। ହାତ କଟିଛି, ବେକରେ ବି ଗୁରୁତର ଆଘାତ। ସେନ୍ସ ନାହିଁ। ଡାକ୍ତର ବି କହିସାରିଛନ୍ତି, ଅବସ୍ଥା କ୍ରିଟିକାଲ୍। ହେଲେ ସୌରଜିତଙ୍କ ଏହି ଅବସ୍ଥା ସେ ନିଜେ କରିଛନ୍ତି। ଛୁରୀରେ ବାରମ୍ବାର କାଟି ପକାଇଛନ୍ତି ହାତକୁ। ପରେ ବେକ ବି କାଟିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରିଥିଲେ। ସଙ୍କଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଜଳେଶ୍ବର ତେଘରି ଅଂଚଳର ସୌରଜିତ୍, ପେଶାରେ ଘରୋଇ ଟିଉସନ୍ ଶିକ୍ଷକ। ପିଲାଙ୍କୁ ଭଲ-ମନ୍ଦର ଶିକ୍ଷା ଦେବେ କଣ ନିଜେ ଅବାଟରେ ଚାଲିଯାଇଛନ୍ତି। କୋଟିପତି ହେବା ନିଶା ସର୍ବସ୍ବାନ୍ତ କରିଦେଇଛି। ଅନଲାଇନ୍ ଗେମ୍ ଜୁପି ଲୁଡୋ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି ସୌରଜିତ୍। ତଳିତଳାନ୍ତ ହେବା ପରେ ନିଜେ ତ ଚରମ ନିଷ୍ପତ୍ତି ନେଲେ, ପରିବାର ଆଖିରୁ ବି ଏବେ ଲୁହ ଝରୁଛି।

Post Views13 Total Count

Apply Now


This will close in 0 seconds

error: Content is protected !!