ଶଙ୍ଖ ଭବନ ଆସିଲେନି ବରିଷ୍ଠ ନେତା !

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ କିନ୍ତୁ ଆସିଲେନି ବରିଷ୍ଠ ନେତା । ଆଜି ଶଙ୍ଖଭବନରେ ନୂଆ ବିଜେଡି ସଭାପତି ନିର୍ବାଚିତ ହୋଇଥିଲା । ଏସବୁ ଭିତରେ ବଡ଼ ଘଟଣା ସାମ୍ନାକୁ ଆସିଛି । ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ କିଛି ପ୍ରମୁଖ ନେତା ଅନୁପସ୍ଥିତ ଥିଲେ । ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂ, ସନାତନ ମହାକୁଡ଼ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।

ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର, ନିରଞ୍ଜନ ବିଶିଙ୍କୁ ବି ଆଜିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନିଥିଲା । ଏତେ ବଡ଼ କାର୍ଯ୍ୟକ୍ରମକୁ କାହିଁକି ଆସିଲେନି ଏହି ବରିଷ୍ଠ ନେତା, ତାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଆଉ ଏସବୁ ଭିତରେ ବଡ଼ ବୟାନ ରଖିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି, ଷ୍ଟେଟ୍‌ କାଉନସିଲ୍‌ ବୈଠକକୁ ମୋତେ ଡକାଯାଇ ନାହିଁ । ପୂର୍ବରୁ ଦଳ ବୈଠକରେ ଡକା ଯାଉଥିଲା, ଆଜି ତାଙ୍କୁ ଡାକି ନାହାନ୍ତି । ଦଳ ସହିତ ମୁଁ ରହିଛି, ଚକ୍ରାନ୍ତ କଥା ମୁଁ ଜାଣିନି ବୋଲି ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ସୂଚନା ଅନୁସାରେ, ପାଣ୍ଡିଆନଙ୍କୁ ସମର୍ଥନ ଦେଇ ନବୀନ ଦେଇଥିବା ବୟାନକୁ ସମାଲୋଚନା କରିଥିଲେ ପ୍ରଫୁଲ୍ଲ। ଏପରିକି କେହି ଚାକିରି କରି ନାହାନ୍ତି ଯେ ନାଲି ଆଖି ଦେଖାଇବେ ବୋଲି କହିଥିଲେ। ଆଉ ପ୍ରଫୁଲ୍ଲଙ୍କ ଏହି ବୟାନ ପରେ ଆଜି ତାଙ୍କୁ ଏତେ ବଡ଼ କାର୍ଯ୍ୟକ୍ରମକୁ ଡକାଯାଇନି।

Post Views23 Total Count

Apply Now


This will close in 0 seconds

error: Content is protected !!