ପୁଣି ଘସିପୁରାରୁ ଲଢ଼ିବେ ବଦ୍ରିନାରାୟଣ ପାତ୍ର

ବିଜେଡି ପକ୍ଷରୁ କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳ ପୂର୍ବ ଚେହେରାକୁ ଦୋହରାଇବା ସ୍ୱରୂପ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ ପୁଣି ଥରେ ଦଳୀୟ ଟିକେଟ ପ୍ରଦାନ କରିଛି । ବଦ୍ରିଙ୍କୁ ଟିକେଟ ମିଳିବା ପରେ ବିଜେଡି ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ବୃଦ୍ଧି ପାଇଛି । ଟିକେଟ ପ୍ରଦାନ କରିଥିବାରୁ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

ତେବେ ତାଙ୍କ ବିପକ୍ଷରେ ବିଜେପି ଓ କଂଗ୍ରେସ ପକ୍ଷରୁ କିଏ ଲଢ଼ିବ ସେ ନେଇ ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହେବ । ମାତ୍ର ପୁଣି ଥରେ ବଦ୍ରି ବିଜୟ ମୁକୁଟ ପିନ୍ଧିବା ପକ୍ଷରେ ଅଧିକ ହାୱା ରହିଥିବା ବେଳେ ଏଥର କିନ୍ତୁ ବଦ୍ରିଙ୍କୁ ଅଧିକ ସତର୍କତା ଓ କସରତ କରିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମାନେ ମତ ରଖିଛନ୍ତି । ତେବେ ପୁଣି ଥରେ ଏହି ସିଟରେ ହେବିୱେଟ ଲଢ଼େଇ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିପାରେ ଅର୍ଥାତ ବଦ୍ରି ଓ ନିରଞ୍ଜନଙ୍କ ବିଗ୍ ଫାଇଟ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ମାତ୍ର ଫଳାଫଳ ବିଜେଡି ସପକ୍ଷରେ ଯିବା କଥା ଆଲୋଚନା ହେଉଛି ।

ବିଚକ୍ଷଣ ସଂଗଠକ, ବିଚକ୍ଷଣ ରଣନୀତିକାର, ପ୍ରଚଣ୍ଡ ଲୋକପ୍ରିୟତା, ପ୍ରତ୍ୟକ୍ଷ ଭାବରେ ସିଧାସଳଖ ଜନତାଙ୍କ ସୁଖ ଦୁଃଖରେ ସାମିଲ ହେବା, ନିଜ ନିର୍ବାଚନ ମଣ୍ଡଳୀର ବିରକ୍ତ ଓ ଅସନ୍ତୁଷ୍ଟ କର୍ମୀଙ୍କୁ ନିଜ ଅଭିଜ୍ଞତା ବଳରେ ଏକତ୍ରିତ କରିବା, କର୍ମୀଙ୍କ ମନୋବଳ ବୃଦ୍ଧି, ସଂଗଠନ ମଜଭୁତ କରିବାରେ ଅସମ୍ଭବ ଦକ୍ଷତା ବଦ୍ରିନାରାୟଣଙ୍କୁ ପୁଣି ଥରେ ଜନତାଙ୍କ ଆସ୍ଥା ଜିତିବାର ମୁଖ୍ୟ ଅସ୍ତ୍ର ପାଲଟିବ ।

ଅଧ୍ୟାପନାରୁ ରାଜନୀତି ମୈଦାନକୁ ଓହ୍ଲାଇଥିବା ବଦ୍ରିନାରାୟଣ ପାତ୍ର ୧୯୯୦ରେ ଜନତା ଦଳରୁ ଏବଂ ୨୦୦୦ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିରଞ୍ଜନ ପଟ୍ଟନାୟକଙ୍କୁ ହରାଇଥିଲେ । ୨୦୦୯ରେ ଏହି ନିର୍ବାଚନ ମଣ୍ଡଳୀ ଘସିପୁରା ନାମରେ ନାମିତ ହେବା ପରେ, ବିଜେଡି ଟିକେଟରେ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ବଦ୍ରିନାରାଣୟ ପାତ୍ର । ସେ ଦୁଇ ଥର ମନ୍ତ୍ରୀ ମଧ୍ଯ ହୋଇଛନ୍ତି । ୨୦୧୯ରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ୮୬,୮୧୬ ଭୋଟ୍ ପାଇ ୩୨,୬୬୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!