`ଗାଁରୁ ଆସିଛି ,ଗାଁକୁ ଉନ୍ନତ କରିବୁ’

ରାଜ୍ୟରେ ବିଜେପି ଯୁଗ ଆରମ୍ଭ ହୋଇଯାଇଛି । ମୋହନଙ୍କ ମନ୍ତ୍ରୀମନ୍ତ୍ରୀମଣ୍ଡଳରେ ପ୍ରଥମ ଥରର ୮ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି । କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ମନ୍ତ୍ରୀ ପଦ ପାଇଛନ୍ତି ରବି ନାରାୟଣ ନାଏକ । ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

୨୦୦୦ ଓ ୨୦୦୪ ମସିହାରେ ଗଠିତ ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ବିଜେପି ପ୍ରାର୍ଥୀ ରବି ନାରାୟଣ ନାଏକଙ୍କୁ କୁଚିଣ୍ଡାବାସୀ ଜିତାଇଥିଲେ। ତଥାପି, ଶ୍ରୀ ନାଏକଙ୍କୁ ମନ୍ତ୍ରୀ ପଦ ନମିଳିବାରୁ କୁଚିଣ୍ଡାବାସୀ ନିରାଶ‌ ହେବାକୁ ହୋଇଥିଲେ । ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ  ବି କୁଚିଣ୍ଡାବାସୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ, ସେହି ବର୍ଷ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ଶ୍ରୀ ନାଏକ ତୃତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ, ୨୦୧୯ ମସିହା ନିର୍ବାଚନରେ କିଶୋର ନାୟକଙ୍କ ବିଜୟ ସହ ପ୍ରଥମଥର ପାଇଁ ବିଜେଡି କୁଚିଣ୍ଡା ଆସନ ହାତେଇଥିଲା । କିନ୍ତୁ, ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିନଥିଲା।୧୯୬୯ ମସିହାରେ ଖଣ୍ଡୋକଟା ଗାଁରେ ଜନ୍ମଗ୍ରହଣ କରିଥିଲେ  । କୁଚିଣ୍ଡା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ ପରେ ରାଜନୀତିରେ ପ୍ରବେଶ କରିଥିଲେ ।

ଚଳିତ ନିର୍ବାଚନରେ ବିଜେପି ସରକାର ଗଠନ ପରେ ଶ୍ରୀ ନାଏକଙ୍କୁ ଏଥର ମନ୍ତ୍ରୀପଦ ମିଳିଛି। ସେ ଶପଥ ଗ୍ରହଣ କରିବାପରେ କୁଚିଣ୍ଡା ଅଞ୍ଚଳରେ ଖୁସିର ଲହରୀ , ସେ ପ୍ରଥମେ ତାଙ୍କ ମାଙ୍କ ଠାରୁ ଆଶିର୍ବାଦ ନେଇଥିଲେ ।ଏହି ଅବସରରେ ମନ୍ତ୍ରୀ କହିଛନ୍ତି  ଆମେ ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଘର ଦେବୁ, ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଘର ଆସିଛି । ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ସେମାନେ ଘର ପାଇବେ ।

 

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!