ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ଆହୁଜା।
ଆହୁଜା କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ମନୋଜ ଆହୁଜାଙ୍କ ନିଯୁକ୍ତି ସହ ପ୍ରଦୀପ ଜେନାଙ୍କୁ ଅବସର ଦିଆଯାଇଛି। ପ୍ରଦୀପ ଜେନାଙ୍କୁ ସରକାରୀ ଚାକିରିରୁ ଅବସର ମିଳିବା ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ମିଳିଛି।

