୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚାନ୍ଦବାଲିରୁ ଲଢିବେ ରାଜ୍ୟ ସଭାପତି ମନମୋହନ ସାମଲ।ଜିଲ୍ଲାରେ ଥିବା 5 ଟି ବିଧାନସଭା ଆସନ ମଧ୍ୟରୁ 3 ଆସନ ପାଇଁ ବିଜେପି ପକ୍ଷରୁ ଘୋଷିତ ପ୍ରଥମ ପ୍ରାର୍ଥୀ ତାଲିକାରେ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ହେଲେ ଚାନ୍ଦବାଲି ଏବଂ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପୁରୁଣା ମୁହଁକୁ ଦଳ ରିପିଟ୍ କରିଛି। ଏପଟେ ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ନିର୍ବାଚନ ଲଢୁଥିବା ଚାନ୍ଦବାଲି ଆସନ ବିଜେପି ଫୋକସରେ ରହିଛି। କାରଣ 2019 ବିଧାନସଭା ନିର୍ବାଚନରେ ଦଳ ପରାଜିତ ହୋଇଥିଲେ ମଧ୍ୟ ପୂର୍ବ ଅପେକ୍ଷା ବେଶ ଭଲ ପ୍ରଦର୍ଶନ କରିଥିଲା ଏବଂ ସ୍ଵଳ୍ପ ଭୋଟ ବ୍ୟବଧାନରେ ପରାଜିତ
2009 ନିର୍ବାଚନରେ ବର୍ତ୍ତମାନର ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ଭଣ୍ଡାରିପୋଖରୀ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି 21ହଜାର 160 ଖଣ୍ଡ ଭୋଟ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମନମୋହନ ଭଣ୍ଡାରିପୋଖରୀ ଆସନ ମୋହ ଛାଡି ଚାନ୍ଦବାଲିରୁ ନିର୍ବାଚନ ଲଢ଼ି ଆସୁଛନ୍ତି। ହେଲେ ପରାଜୟ ତାଙ୍କ ପିଛା ଛାଡୁନାହିଁ। ଦିନକୁ ଦିନ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନ ମଧ୍ଯ ସୁଦୃଢ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି
ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ।ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏଥିସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ଥିଲା ଓ ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।
ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩] ଏହି ବିଧାନ ସଭାରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ ୧୮ ମଇ ୨୦୦୪ରୁ ୧୦ ଡିସେମ୍ବର ୨୦୧୮ ଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ବିଧାନ ସଭାରେ ସେ ସମୁଦାୟ ୨୧,୧୬୦ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।

