ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ, ନୂଆକରି ଭୋଟ ଦେବାକୁ ଥିବା ଯୁବପିଢି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ବିଧାନସଭା ଆସନ ଗୁଡିକରେ ୬୨ ଲକ୍ଷ ୮୭ ହଜାର ୨୨୨ଜଣ ଭୋଟର ନିଜ ମନ ପସନ୍ଦର ନେତା ବାଛିବେ । ପ୍ରଥମ ପର୍ଯ୍ୟାୟରେ ପ୍ରଦୀପ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ, ଶରତ ପଟ୍ଟନାୟକ. ବିଜୟ ପଟ୍ଟନାୟକ, ସପ୍ତଗିରି ଉଲାକା, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଭଳି ହେଭିୱେଟ୍ ନେତା ମାନଙ୍କର ଭାଗ୍ୟ ପରୀକ୍ଷା ହେବ । ଏହି ସମସ୍ତ ଆସନରେ ମୋଟ୍ ୨୭୧ ଜଣ ମୈଦାନକୁ ଓହ୍ଲାଇଥିବା ବେଳେ ଜୁନ୍ ୪ର ଫଳାଫଳ କହିବ କିଏ ମାରିବ ବାଜି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ୭ହଜାର ୩୦୩ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଦୁର୍ଗମ ଇଲାକା ଗୁଡିକରେ ମଧ୍ୟ ଏୟାରଡ୍ରପ୍ ଜରିଆରେ ପହଁଚିଛନ୍ତି ପୋଲିଂ ଅଧିକାରୀ । ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୭ହଜାର ପୋଲିସ୍ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ଯବାନ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସୀମାନ୍ତ ଅଂଳଚରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି, ସୁରକ୍ଷା ଲାଗି ୬ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଥିବା ବେଳେ ଏମାନେ ସମସ୍ତ ପୋଲିଂ ବୁଥ ଯାଇ ସୁରକ୍ଷାର ତଦାରଖ କରିବେ । ସେହିପରି ଫ୍ଲାଇଂ ସ୍କ୍ୱାର୍ଡ ଓ ଷ୍ଟାଟିସଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି ।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!