ଗତ ୧୫ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ଇଣ୍ଡିଗୋ ଏୟାର ଲାଏନ୍ସ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଧାସଳଖ ଉଡିଥିଲା ବିମାନ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଭିଡ ପୂର୍ବରୁ କ୍ୱାଲାଲମପୁରକୁ ବିମାନ ସେବା ଥିବା ବେଳେ କୋଭିଡ କଟକଣା ଯୋଗୁଁ ବନ୍ଦ ହୋଇଥିଲା।
ଆସନ୍ତାକାଲି ଠାରୁ ଭୁବନେଶ୍ୱର ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡିବ ବିମାନ। ସକାଳ ୬ଟା୨୫ମିନିଟରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା୫୦ମିନିଟରେ ବ୍ୟାଙ୍କକକୁ ଉଡିବ ବିମାନ। ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଏନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ।
ଉଭୟ ବିମାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ କରିପାରନ୍ତି ବିମାନସେବାର ଶୁଭାରମ୍ଭ। ଏହି ଗସ୍ତରେ ଅନେକ ଅତିଥି ଥିବାବେଳେ ସାମିଲ ହୋଇଛନ୍ତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର । ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇଦିନ ଏହି ସେବା ଉପଲବ୍ଧ ହେବ।

