୬ଜଣ ଆଇଏଏସ୍ ଅଫିସରଙ୍କ ଉପରେ ହେଲା ଦାୟିତ୍ୱ ନ୍ୟସ୍ତ

୬ଜଣ ପ୍ରୋବେସନାରୀ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାର ବିଭିନ୍ନ ତହସିଲରେ ତହସିଲଦାର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ସମସ୍ତ ଆଇଏଏସ ଏବେ ପ୍ରୋବେସନରେ ଥିବାବେଳେ ଏମାନେ ୨୦୨୧ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ବୋଲି ଜଣାପଡ଼ିଛି ।

ଏହି ଆଇଏଏସ୍ ଅଫିସରମାନେ ଫେବୃୟାରୀ ୫ରୁ ମାର୍ଚ୍ଚ ୧୮ତାରିଖ ପର୍ଯ୍ୟନ୍ତ ତହସିଲଦାର ଭାବେ କାର୍ଯ୍ୟ କରିବେ ।

ସମ୍ପୃକ୍ତ ତହସିଲରେ ଏବେ କାର୍ଯ୍ୟରତ ତହସିଲଦାରମାନଙ୍କୁ ଏହି ସ୍ୱଳ୍ପ ଅବଧି ପାଇଁ ସେଠାରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପ୍ରୋବେସନରେ ଥିବା ୬ଜଣ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଧିନାହ ଦସ୍ତାଗିରଙ୍କୁ ଗଞ୍ଜାମ ତହସିଲ, ଧିମନ ଚକମାଙ୍କୁ କେନ୍ଦୁଝର ସଦର ତହସିଲ, କିରନଦୀପ କୌର ସାହୋତଙ୍କୁ ରେମୁଣା, ପ୍ରଥମେଶ ଅରବିନ୍ଦ ରାଜଶିକ୍ରେଙ୍କୁ କୋରାପୁଟ ତହସିଲ, ରେହନ କ୍ଷତ୍ରୀଙ୍କୁ ସମ୍ବଲପୁର ତହସିଲ ଓ ରୀନା ପ୍ରଧାନଙ୍କୁ ସୁନ୍ଦରଗଡ଼ ସଦର ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!