ରଥଯାତ୍ରା; ପଢ଼ନ୍ତୁ ତିନି ରଥର ବିବରଣୀ

ରାତି ପାହିଲେ ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରଥ, ପଥ, ଜଗନ୍ନାଥ, ଭକ୍ତି, ଭକ୍ତ, ଭାବରେ ଭାବମୟ ହେବ ପରିବେଶ ତେବେ  ଆସନ୍ତୁ ଜାଣିବା ଚତୁର୍ଦ୍ଧମୂରତି ଯେଉଁ ରଥାରେ ଆରୋହଣ କରି ରତ୍ନବେଦୀରୁ ଜନ୍ମବେଦୀ, ନୀଳକନ୍ଦରରୁ ଗୁଣ୍ଡିଚାମନ୍ଦିରକୁ ନବଦିନ ପାଇଁ ଯାତ୍ରା କରିବେ ସେହି ରଥ କଥା ସେ ରଥର ଦେବତା, ସାରଥୀ, ନେତ, ରକ୍ଷକ, ଦ୍ୱାରପାଳକଙ୍କ ବିଷୟରେ ଏ ରଥ ଦିବ୍ୟ, ଭବ୍ୟ, ଅଲୌକିକ

ବଡ଼ ଠାକୁର ତାଳଧ୍ୱଜ ରଥରେ ବିଜେ କରନ୍ତି ତାଙ୍କର ଆୟୁଧ ହଳ ଓ ମୂଷଳ ଅଟେ ଏହି ରଥର ଚକ ସଂଖ୍ୟା ୧୪ ଓ ଏହାର ଉଚ୍ଚତା ୩୨ହାତ ୧୦ ଆଙ୍ଗୁଳ ଏହା ୭୬୩ଟି କାଠ ଦ୍ୱାରା ନିର୍ମିତ ହୋଇଥାଏ ରଥର ଆବରଣ ରକ୍ତ ନୀଳ ଏହି ରଥର ରକ୍ଷକ ହେଲେ ବାସୁଦେବ ଏହାର ଭଦ୍ରପୀଠ ହେଲାଅଷ୍ଟଦଳ ପଦ୍ମ ଅନନ୍ତ ନାଗ ହେଲେ ରଥମୃର୍ଦ୍ଧନୀ ଦେବତା ରଥର ସାରଥୀଙ୍କ ନାମ ହେଲା ମାତଳୀ ଏହାର ଦ୍ୱାରପାଳ ହେଲେ ନନ୍ଦ ଓ ସୁନନ୍ଦ ରଥ ରକ୍ଷକ ଭାସ୍କର ରଥର ଚାରି ଅଶ୍ୱମାନେ ହେଲେ ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ ରଥରଜ୍ଜୁ ହେଉଛନ୍ତି ବାସୁକୀ ରଥର ପାର୍ଶ୍ୱଦେବତାଗଣ ହେଲେପ୍ରାଣମ୍ବାରୀ, ଗଦାନ୍ତକାରୀ, ହରିହର, ତ୍ରୟେମ୍ବକ, ବାସୁଦେବ, ନାଟ୍ୟାମ୍ବର, ଅଘୋର ଓ ତ୍ରିପୁରାରି ଶିବ ଏହାର ଚର ଦେବତା ଦ୍ୱୟ ହେଲେ ବ୍ରହ୍ମା ଓ ଶିବ ରଥ ମୃଦ୍ଧି ହେଲେକେତୁଭଦ୍ରା ଏଥିରେ ରଥ ଭୈରବ ହେଲେ କ୍ଷେତ୍ରପାଳ ଓ ରଥ ଗନ୍ଧର୍ବ ହେଲେ ହୁ ହୁ ରଥ ଚାରଣ କରନ୍ତି ମହାସିଦ୍ଧ, ଉଲେମୀ ଓ ଗର୍ଭାଧିଶ୍ୱରୀ ରଥର ଋଷିପଟାରେ ବିରାଜମାନ କରିଥାନ୍ତି ଅଙ୍ଗିରା, ପୌଲସ୍ତ୍ୟ, ପୁଲ୍ଲହ, ଅଗସ୍ତି, କୃଷ୍ଣ, ମୁଦୁଗଲ, ଆତ୍ରେୟ ଓ କାଶ୍ୟପ ରଥ କୁମ୍ଭର ନାମ ହେଲା ଭୁବନ, ବିମ୍ବ, ପୃଥିବୀ, ଚକ୍ରାୟୁଧ ଓ ହୁଁ ବୀଜ ରଥ ନେତର ନାମ ହେଲା ଉନ୍ନନି ଏହାର ଶକ୍ତିମାନେ ହେଲେ ତୁଙ୍ଗା, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦା ଓ ସୁନନ୍ଦା

ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦ୍ବିତୀୟ ରଥ ଦର୍ପଦଳନ ବା ଦେବୀଦଳନ ରଥରେ ବିଜେ କହନ୍ତି ଏହି ରଥ ଦେବତାମାନଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା ପହଣ୍ଡି ସମୟରେ ସୁଦର୍ଶନ ସର୍ବପ୍ରଥମେ ଏହି ରଥରେ ବିଜେ ହୁଅନ୍ତି ଦେବୀ ସୁଭଦ୍ରାଙ୍କର ଆୟୁଧ ପଦ୍ମକହ୍ଲାର ଅଟେ ରଥର ଉଚ୍ଚତା ହେଲା ଏକତିରିଶ ହାତ ଏହା ୫୯୩ଖଣ୍ଡ କାଠରେ ନିମର୍ତି  ହୋଇଥାଏ ରଥରେ ବାରଟି ଚକ, ବର୍ଷର ବାରମାସର ପ୍ରତୀକ ଏବଂ ଆବରଣ ହେଲା କୃଷ୍ଣ ଲୋହିତ ରଥର ରକ୍ଷକ ହେଲେ ଜୟଦୁର୍ଗା ରଥର ସାରଥୀଙ୍କ ନାମ ହେଲା ଅର୍ଜ୍ଜୁନ ଏହାର ଦ୍ୱାର ପାଳିକା ହେଲେ ଦ୍ୱାଦଶା ବରଣ ଭୁବନେଶ୍ୱରୀ, ଚକ୍ର, ଗଙ୍ଗା ଓ ଯମୁନା ଦର୍ପଦଳନର ଚାରୋଟି ଅଶ୍ୱ ହେଲେ ରୋଚିକା, ମୋଚିକା, ଜିତା ଓ ଅପରାଜିତା ରଥ ରଜ୍ଜୁ ହେଲେ ସ୍ୱର୍ଣ୍ଣଚୂଡ ନାମକ ନାଗ ଉଗ୍ରଚଣ୍ଡୀ ଏହି ରଥକୁ ରକ୍ଷା କରନ୍ତି ରଥରପାର୍ଶ୍ୱର ଦେବୀଗଣ ହେଲେ ବିମଳା, ଚାମୁଣ୍ଡା, ଭଦ୍ରକାଳୀ, ହରଚଣ୍ଡୀକା, ମଙ୍ଗଳା, ବାରାହୀ, କାତ୍ୟାୟିନୀ, ଜୟଦୁର୍ଗା ଓ କାଳୀ ରଥ ଧ୍ୱ ଜାରେ ତ୍ରିପୁାର ସୁନ୍ଦରୀ ବିରାଜମାନ ଏହି ରଥରେ ଚାମର ସେବା କରନ୍ତି ସୁମେଧା ଦେବୀ ରଥର ଦେବୀ ହେଲେ ଶ୍ରୀଭୂ ଦର୍ପଦଳନ ରଥର ମୁଖ ହେଲା ବ୍ରହ୍ମକର୍ତ୍ତା ଏହି ରଥର ଗନ୍ଧର୍ବଙ୍କ ନାମ ହେଲା ହା ହା ଓ ଯକ୍ଷଙ୍କ ନାମ ହେଲା ଙ୍କିଜ୍ଜଳିକା ରଥ ଚାରଣଙ୍କ ନାମ ହେଉଛି ମହାକର ଋଷି ପଟାରେ ବିରାଜମାନ କରୁଥିବା ଛଅଜଣ ଋଷି ହେଲେ ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ ଓ ଭଲ୍ଲୁକୁ ରଥ କୁମ୍ଭର ନାମ ହେଲା ଅମୃତା, ଜୀବା, କାୟ, ହ୍ରିଂବୀଜ ରଥ ନେତର ନାମ ହେଲା ନାଦାମ୍ବିକା ରଥ ଗର୍ଭର ଅଧିଶ୍ୱରୀମାନେ ହେଲେ ଶକ୍ତିଶପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା

ମହାପ୍ରଭୁ ସ୍ୱୟଂ ଜଗନ୍ନାଥ ତୃତୀୟ ରଥ ନନ୍ଦିଘୋଷରେ ବିଜେ କରନ୍ତି ଏହି ନନ୍ଦିଘୋଷ ରଥ ଇନ୍ଦ୍ରଙ୍କ ଦ୍ୱାରା ପ୍ରଦତ୍ତ ଅଟେ ଜଗନ୍ନାଥଙ୍କର ଆୟୁଧ ହେଲା ଚକ୍ର ଓ ଶଙ୍ଖ ନନ୍ଦିଘୋଷ ରଥର ଉଚ୍ଚତା ହେଲା ତେତିଶ ହାତ ପାଞ୍ଚ ଆଙ୍ଗୁଳି ଏହା ଆଠଶହ ବତିଶ ଖଣ୍ଡ କାଠରେ ତିଆରି ରଥରେ ରହିଛି ଷୋହଳଟି ଚକmଯାହା ଷୋହଳ କଳାର ପ୍ରତୀକ ରଥର ଆବରଣ ହେଲା ରକ୍ତପୀତ ରଥର ରକ୍ଷକ ହେଲେ ଗରୁଡ ରଥମୃଦ୍ଧନୀ ଦେବତା ହେଲେ କଲ୍ୟାଣ ସୁନ୍ଦର ରଥର ସାରଥି ହେଲେ ଦାରୁକ ଦ୍ୱାରପାଳ ଦ୍ୱୟଙ୍କ ନାମ ହେଲା ଜୟ ଓ ବିଜୟ ରଥର ଚାରି ଅଶ୍ୱ ହେଲେ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାଶ୍ୱ ରଥ ରଜ୍ଜୁ ହେଲା ଶଙ୍ଖ ଚୂଡ଼ ନାମକ ନାଗୁଣୀ ରଥ ଦେବୀ ହେଲେ ଯୋଗମାୟା ରଥରେ ନଅଜଣ ପାଶ୍ୱର୍ ଦେବତାଗଣ ହେଲେ ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଏବଂ ନୃସିଂହ ରଥର ଶକ୍ତି ହେଲେ ବିମଳା ଓ ବିରଜା ରଥ ଗର୍ଭାଧିଶ୍ୱର ହେଲେ ଏକପାଦ ନନ୍ଦ ଓ କୁମେର ଚାରଣ ରଥ ଯକ୍ଷ ହେଲେ ହର୍ଯ୍ୟକ୍ଷ, ରଥର ଉତ୍କର୍ଷଣୀ ହେଲେ ତ୍ରିୟକ୍ଷା, ଯୋଗା, ଆଜ୍ଞା, ଅନୁଜ୍ଞା, ପ୍ରଜ୍ଞା ଓ ମେଧା ରଥ ଋଷିପଟାରେ ନାରଦ, ଦେବନ୍ଦ, ବ୍ୟାସ, ଶୁକ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର ଆଦି ଆଠଜଣ ଋଷି ବିରାଜମାନ କରନ୍ତି ରଥ ଧ୍ୱଜାଧିପତି ହେଲେ ବୀର ହନୁମାନ ରଥ କୁମ୍ଭର ନାମ ହେଲା ହିରଣ୍ୟନ୍ମୟ ନନ୍ଦିଘୋଷ ରଥର ନେତ ତ୍ରୈଲୋକ୍ୟ ମୋହିନୀ ଅଟେ ରଥର ଅଧିଶ୍ୱର ହେଲେ ସ୍ୱୟଂ ଶ୍ରୀଜଗନ୍ନାଥ ପହଣ୍ଡି ପରେ ତିନି ରଥରେ ତିନି ଠାକୁର ବିରାଜମାନ ହୁଅନ୍ତି ରଥ ଉପରେ ବିରାଜମାନ ହୋଇଥିବା ତିନି ଠାକୁରଙ୍କୁ ଦର୍ଶନ କଲେ ପୁନର୍ଜନ ହୁଏନାହିଁ ବୋଲି ବିଶ୍ୱାସ ରହିଛି

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!