ସାମାନ୍ୟ ବଚସାରୁ କଟୁରୀରେ ଆକ୍ରମଣ

ସାମାନ୍ୟ ବଚସାରୁ କଟୁରୀରେ ଆକ୍ରମଣ । ୨ଜଣ ଗୁରୁତର ଆହତ ହୋଇଥିବା ସୂଚନା, ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଖୋଜୁଛି ପୁଲିସ୍‌ । ଭୁବନେଶ୍ବର ବଡ଼ଗଡ଼ ଥାନା ଚିଲ୍ଲିପୋଖରୀ ଅଞ୍ଚଳରୁ ଏଭଳି ଅପରାଧର ଚିତ୍ର ସାମ୍ନାକୁ ଆସିଛି ।

ସ୍ଥାନୀୟ ମଣ୍ଡପରେ କିଛି ପିଲା ଲୁଡ୍ଡୁ ଖେଳୁଥିବା ବେଳେ ଅଭିଯୁକ୍ତ ଜଣକ ଚପଲ ପିନ୍ଧି ମଣ୍ଡପ ଉପରେ ଚଢ଼ିବାରୁ ତାକୁ ବାରଣ କରିଥିଲେ ସେଠାରେ ବସିଥିବା ପିଲା । ଯେଉଁ କାରଣକୁ ନେଇ କିଛି ସମୟ ବଚସା ଦେଖିବାକୁ ମିଳିଥିଲା ।

ଏହାପରେ ଅଭିଯୁକ୍ତ ଜଣକ ଘରକୁ ଯାଇ କଟୁରୀ ଆଣିବା ସହ ଲୁଡ୍ଡୁ ଖେଳୁଥିବା ପିଲାଙ୍କୁ ଆକ୍ରମଣ କରିଥିଲା। ଯେଉଁଥିରେ ଦୁଇ ଜଣ ପିଲା ଆହତ ହୋଇଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପଟେ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜୁଛି ପୁଲିସ୍‌ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!