ମହାପ୍ରଭୁଙ୍କ ତିନୋଟି ରଥ ବିଷୟରେ ଜାଣନ୍ତୁ..

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ମଧ୍ୟ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭ଟି ପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାନ୍ତି। ତେବେ ମହାପ୍ରଭୁଙ୍କ ତିନି ରଥ ତାଳଧ୍ବଜ, ଦର୍ପଦଳନ . ନନ୍ଦିଘୋଷ ଆସନ୍ତୁ ଜାଣିବା ତିନି ରଥ ସମ୍ପର୍କରେ
ତାଳଧ୍ୱଜ ରଥ
ତାଳଧ୍ୱଜ ରଥ ଶ୍ରୀ ବଳଭଦ୍ରଙ୍କ ରଥ । ଏହାର ଉଚ୍ଚତା ୪୩ ଫୁଟ୍ ୩ଇଞ୍ଚ । ୧୪ଟି ଚକ ଏବଂ ୭୬୩ ଖଣ୍ଡ କାଠରେ ତିଆରି ହୋଇଥାଏ ତାଳଧ୍ୱଜ । ଏହି ରଥର ରଙ୍ଗ ନାଲି ଓ ସବୁଜ ରଙ୍ଗର ହୋଇଥାଏ। ତାଳଧ୍ୱଜ ରଥର ସାରଥୀହେଉଛନ୍ତି ଦାରୁକ। ଏହି ରଥର ଦଉଡ଼ି ବାସୁକୀ ନାମରେ ପରିଚିତ। ତାଳଧ୍ୱଜ ରଥର ନେତର ନାଁ ଉନ୍ନାନି ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ବାସୁଦେବ। ରଥଯାତ୍ରାରେ ସର୍ବପ୍ରଥମେ ତାଳଧ୍ୱଜ ରଥକୁ ଟଣା ଯାଇଥାଏ।

ଦର୍ପଦଳନ ରଥ
ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ। ଏହାର ଉଚ୍ଚତା ୪୨ ଫୁଟ୍ ୩ ଇଞ୍ଚ। ୧୨ଟି ଚକ ଏବଂ ୫୯୩ ଖଣ୍ଡ କାଠରେ ଏହି ରଥ ତିଆରି ହୋଇଥାଏ। ଏହି ରଥର ରଙ୍ଗ ନାଲି ଓ କଳା। ଦର୍ପଦଳନ ରଥର ସାରଥୀଙ୍କ ନାମ ଅର୍ଜୁନ ଏବଂ ରଥ ଦଉଡି ସ୍ୱର୍ଣ୍ଣଚୁଡ଼ ନାମରେ ପରିଚିତ। ଦର୍ପଦଳନ ରଥର ନେତର ନାଁ ନାଦମ୍ବିକା ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ବଡ଼ଭାଇ ବଳଳଭଦ୍ରଙ୍କ ତାଳଧ୍ୱଜ ରଥପରେ ଦର୍ପଦଳନ ରଥ ଟଣା ହୋଇଥାଏ।


ନନ୍ଦିଘୋଷ ରଥ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ ରଥ। ଏହାର ଉଚ୍ଚତା ୪୪ ଫୁଟ୍ ୨ ଇଞ୍ଚ ଅଟେ। ୧୬ଟି ଚକ ଏବଂ ୮୩୨ ଖଣ୍ଡ କାଠରେ ତିଆରି ହୋଇଥାଏ ନନ୍ଦିଘୋଷ ରଥ। ଏହି ରଥ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାମ ମାତଳୀ ଏବଂ ରଥ ଦଉଡି ଶଙ୍ଖଚୁଡ଼ ନାମରେ ପରିଚିତ। ସେହିପରି ନନ୍ଦିଘୋଷ ରଥର ଧ୍ୱଜାର ନାଁ ତ୍ରୈଲୋକ୍ୟ ମାହିନୀ ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ଗରୁଡ଼। ରଥଯାତ୍ରାରେ ସବା ଶେଷରେ ନନ୍ଦିଘୋଷ ରଥକୁ ଟଣା ଯାଇଥାଏ।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!