ବାହାହେଲେ ଟିନା ଡାବିଙ୍କ ଭଉଣୀ ରିଆ ଡାବି

ଆଇଏଏସ୍ ଅଫିସର ଟିନା ଡାବି। ତାଙ୍କ ଭଉଣୀ ରିୟା ଡାବି ମଧ୍ୟ ବିବାହ କରିଛନ୍ତି। ଖବର ଅନୁଯାୟୀ, ଏପ୍ରିଲ୍ ମାସରେ ରିୟା ଡାବି ଆଇପିଏସ୍ ଅଧିକାରୀ ମନୀଷ କୁମାରଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ। ଯାହାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି। ହେଲେ ରିୟା ଏହା ବିଷୟରେ ଅଫିସିଆଲ ସୂଚନା ଦେଇ ନାହାଁନ୍ତି । କହିବାକୁ ଗଲେ ଟିନା ଡାବି ପ୍ରଥମେ ଅତହର ଆମୀରଙ୍କୁ ଛାଡପତ୍ର ଦେବା ପରେ ଗତ ବର୍ଷ ଏପ୍ରିଲରେ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇଏଏସ୍ ଅଧିକାରୀ ରିୟା ଡାବିଙ୍କ ସ୍ଵାମୀ ମନୀଷ କୁମାର ୨୦୨୧ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଏବଂ ବର୍ତ୍ତମାନ ରାଜସ୍ଥାନର ଅଲୱାରରେ ପୋଷ୍ଟେଡ୍ ହୋଇଛନ୍ତି। ରିୟା ଡାବି ମଧ୍ୟ ୨୦୨୧ ବ୍ୟାଚ୍ ର IAS ଅଧିକାରୀ । IAS ତାଲିମ ସମାପ୍ତ କରିବା ପରେ, ରିୟା ରାଜସ୍ଥାନ କ୍ୟାଡର ପାଇଲେ ଏବଂ ତାଙ୍କୁ ଅଲୱାରରେ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ପୋଷ୍ଟ କରାଯାଇଥିଲା । ଏହା ପରେ ପ୍ରମୋସନ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କୁ ଅଲୱାରର ବାନସୁରରେ ACM ଭାବରେ ପୋଷ୍ଟ କରାଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!