ଜେଇଇ(ଆଡଭାନ୍ସଡ)ରେ ଆକାଶ ବାଇଜୁସର ବାଜିମାତ

ଆକାଶ ବାଇଜୁସ ସେଣ୍ଟରର ଶ୍ରେଷ୍ଠ ସ୍କୋରଧାରୀ ମଧ୍ୟରେ ଅଲିଭ ସାହୁ ଏଆଇଆର ୩୨୬ ହାସଲ କରିଥିବାବେଳେ ପ୍ରତ୍ୟୁଷ ସ୍ବାଇଁ ଏଆଇଆର ୪୩୯ ଏବଂ ପ୍ରିୟଙ୍କା ସର ଏଆଇଆର ୬୨୧ ଓ ବରୁଣ ମିଶ୍ର ଏଆଇଆର ୯୮୧ ର଼୍ୟାଙ୍କ ହାସଲ କରିଛନ୍ତି।

ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ୨୦୨୩ରେ ବାଜିମାତ କରିଛି। ଏପରିକି ଶ୍ରେଷ୍ଠ ୧୦୦ ସ୍ଥାନରେ ଆକାଶ ବାଇଜୁସର ୧୭ ଜଣ ଛାତ୍ରୀଛାତ୍ର ସ୍ଥାନ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ରବିବାର ଆଇଆଇଟି ଗୁଆହାଟୀ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ୨୦୨୩ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଆକାଶ ବାଇଜୁସର ଭୁବନେଶ୍ୱର ସେଣ୍ଟରରୁ ୪ ଛାତ୍ରୀଛାତ୍ର ଜେଇଇ(ଆଡଭାନ୍ସଡ)ରେ ବେଶ ପ୍ରଭାବୀ ପ୍ରଦର୍ଶନୀ ସହ ପ୍ରତିଷ୍ଠାନକୁ ଗର୍ବିତ କରିବା ସହିତ ସେମାନଙ୍କର ପିତାମାତା ଏବଂ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଗର୍ବିତ କରିଛନ୍ତି।

ଏ ସମ୍ପର୍କରେ ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ)ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ କହିଛନ୍ତି, ଚଳିତ ଥରର ସଫଳ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ଅନନ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ। ଏପରିକି ସେମାନଙ୍କ ସଫଳତା ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ପ୍ରୟାସ ତଥା ସେମାନଙ୍କ ପିତା ମାତାଙ୍କର ସମର୍ଥନକୁ ପ୍ରତିପାଦିତ କରୁଛି। ବିଶେଷ କରି ଆମେ ସେମାନଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସଗୁଡିକ ନିମନ୍ତେ ସର୍ବକୁଶଳତା କାମନା କରୁଛୁ।

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!