ରବି ସିହ୍ନା ହେବେ RAWର ନୂଆ ମୁଖ୍ୟ

ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । ରବି ସିହ୍ନା ବର୍ତ୍ତମାନ ସମୟରେ କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଆଉ କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର ଏହି ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଦେଇଛି । ତେବେ ୧୯୮୮ ମସିହା ଛତିଶଗଡ କ୍ୟାଡରର ଆଇପିଏସ୍ ଅଫିସର ହେଉଛନ୍ତି ରବି ସିହ୍ନା ।

ତେବେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି । ଯାହା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା ଏହା ଦାୟିତ୍ୱ ସମ୍ଭାଳିବେ ।

Post Views115 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!