ଡାସଲ୍‌ଟ ସିଷ୍ଟମ ଆପଣାଇବ ଜେଏସ୍‌ଏଲ୍‌

ଷ୍ଟିଲ୍‌ ନିର୍ମାତା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ସମସ୍ତ ୟୁନିଟ୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡାସଲ୍‌ଟ ସିଷ୍ଟମକୁ ଆପଣାଇବା ସହ ତା’ର ଉପତ୍ାଦନ ଯୋଜନା, ସିଡ୍ୟୁଲିଂ ଓ ନିର୍ବାହ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଜେଏସ୍‌ଏଲ୍‌ର କ୍ଷମତାକୁ ବାର୍ଷିକ ଉପତ୍ାଦନ ୨.୯ ନିୟୁତ ଟନ୍‌ ଏମ୍‌ଟିପିଏରେ ପରିଣତ କରିବ।

ଫଳରେ ଜେଏସ୍‌ଏଲ୍‌ର ୟୁନିଟ୍‌ଗୁଡିକରୁ ଉତ୍ପାଦିତଗୁଡିକୁ ମିଶ୍ରଣକରି ଦ୍ୱିଗୁଣିତ କରିବ ଓ ଜେଏସ୍‌ଏଲ୍‌ର ହିସାର (ହରିୟାଣା) ଏବଂ ଯାଜପୁର (ଓଡ଼ିଶା) ମଧ୍ୟରେ ଉପତ୍ାଦନ ଓ କାର୍ଯ୍ୟ ପରିଚାଳନାକୁ କ୍ରମାଗତ ଭାବେ ପରିଚାଳନା କରିବ।

ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ପୁରୁଣା ପ୍ରଣାଳୀକୁ ସୃଜନଶୀଳ ଭାବେ ଭାଙ୍ଗିବା ଓ ଡିଜିଟାଇଜେଶନ ଓ ସ୍ବୟଂଚାଳିତ ସହ ନୂଆ ଯୁଗର ମଡେଲ ଗ୍ରହଣ କରିବା ଦିଗରେ ଆମର ଏହା ଆଉ ଏକ ସାହସିକ ପଦକ୍ଷେପ।

ଏପରିକି କିଛି ବର୍ଷ ପୂର୍ବେ ଆମେ ଭାରତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉଦ୍ୟୋଗରେ ଏକ ଅଗ୍ରଣୀ ଓ ପ୍ରଥମ ସଙ୍ଗଠନ ଥିଲୁ, ଯାହା ଫଳରେ ଆମ ସହିତ ସବୁ ବର୍ଗର ଗ୍ରାହକ ଯୋଡ଼ିହୋଇଥିଲେ। ସେହିଭଳି ବର୍ତମାନ ଆମେ କାର୍ଯ୍ୟ କ୍ଷେତ୍ରରେ ୩୬୦ ଡିଗ୍ରୀର ଏକୀକରଣ ଦିଗରେ କାର୍ଯ୍ୟ କରୁଛୁ। ଅପରପକ୍ଷରେ ଜେଏସ୍‌ଏଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ କୋରିନେ ବୁଲୋଟା କହିଛନ୍ତି, ଏହା ଆମକୁ ରିୟଲ ଟାଇମ ଭିଜିବିଲିଟି, ସିମୁଲେଶନ ଓ ଅପ୍ଟିମାଇଜେଶନ କ୍ଷମତା ବଢାଇବାରେ ସାହାଯ୍ୟ କରିବ।

 

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!