ବେଦାନ୍ତ ଆଲୁମିନିୟମର ଇଣ୍ଟରାକ୍ଟିଭ ପ୍ରଦର୍ଶନୀ

ବେଦାନ୍ତ ଆଲୁମିନିୟମର ଓଡ଼ିଶା ପକ୍ଷରୁ ରାୟଗଡ଼ା ଜିଲା ପ୍ରଶାସନ ସହଭାଗିତାରେ ଏକ ଇଣ୍ଟରାକ୍ଟିଭ ପ୍ରଦର୍ଶନୀର ଆୟୋଜନ କରିଥିଲା। ବେଦାନ୍ତ ଆଲୁମିନିୟମର ସିଇଓ(ଏମ୍) ଭି. ଶ୍ରୀକାନ୍ତ କହିଛନ୍ତି, ଆମେ ସର୍ବଦା ସମ୍ପ୍ରଦାୟର ବିକାଶ ଏବଂ ସମ୍ପ୍ରଦାୟକୁ ନିଜ ତଥା ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ମାନର ଜୀବନ ଦେବା ପାଇଁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଉ।

ବିଶେଷକରି ଏଫ୍ଆଇଏଚ୍ ହକି ବିଶ୍ୱକପ୍ ୨୦୨୩ ର ଏକ ଜୀବନ୍ତ ମୁହୂର୍ତ୍ତଗୁଡିକୁ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି। ଏପରିକି ରାୟଗଡ଼ାର ଚଇତି ମହୋତ୍ସବର ଏକ ଅଂଶ ଭାବ କମ୍ପାନୀ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଏକ ମିନି ହକି ଷ୍ଟାଡିୟମର ଅଭିଜ୍ଞତା ଏକାଠି କରିଥିଲା, ଯାହାକି ହକି ବିଶ୍ୱକପ୍ ଉପରେ ଆଧାରିତ ହୋଇଥିବା ଅନେକ ଇଣ୍ଟରାକ୍ଟିଭ୍ ପ୍ରଦର୍ଶନୀ ସହ ପୂର୍ଣ୍ଣ ହୋଇଥିଲା।

ସେହିଭଳି ରାୟଗଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ଉଭୟ ଯୁବକ ଏବଂ ବୃଦ୍ଧ ହକି ଉତ୍ସାହୀମାନଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ବହୁ ଆଦୃତି ଲାଭ କରିଥିଲା। ଆନୁମାନିକ ୧,୦୦,୦୦୦ ଲୋକ ୫ ଦିନିଆ ଉତ୍ସବରେ ବେଦାନ୍ତ ଦ୍ୱାରା ସ୍ଥାପନ କରାଯାଇଥିବା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!