କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ !

ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଅଭିଯୋଗ ଆଣିଥିଲା ବିଜେପି। ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ରେ ଇଭିଏମ୍‍ ଭାଙ୍ଗିଥିବା ନେଇ ଅଭିଯୋଗ କରିଥିଲା ବିଜେଡ଼ି। ଏହାକୁ ଆଧାର କରି ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ପରେପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବାରୁ ସେ କଟକ ଏସ୍‍ସିବି ହସ୍‍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ଭିତରେ ବିଜେପି ର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣାର ଏକ ସିସିଟିଭି ଭିଡିଓକୁ ସାର୍ବଜନୀନ କରିଥିଲେ । ଯେଉଁଥିରେ ଶ୍ରୀ ଜଗଦ୍ଦେବଙ୍କୁ ବୁଥ ଭିତରେ ଅପମାନିତ କରାଯିବାର ଦେଖିବାକୁ ମିଳିଛି ଅନ୍ୟପଟେ ଇଭିଏମ୍‍ ଭାଙ୍ଗିବା ନେଇ କୌଣସି ସୂଚନା ମିଳିନଥିଲା ।

ତେବେ ମିଥ୍ୟା ଅଭିଯୋଗ ରେ ପ୍ରଶାନ୍ତ ଙ୍କୁ ଗିରଫ କରାଯାଇଛି ବୋଲି ବିଜେପି ର ଅଭିଯୋଗ ଆଣିଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥାଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଅଭିଯୋଗ ପରେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ତାଙ୍କୁ ୨୮ ତାରିଖ ସନ୍ଧ୍ୟାରେ ନିଲମ୍ବିତ କରିଥିଲେ। ନିର୍ବାଚନ କମିଶନଙ୍କ ଆଦେଶ ଅନୁଯାୟୀ ନୂଆଦିଲ୍ଲୀର ଓଡ଼ିଶା ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ କୁଟ୍ଟେ।

ହେଲେ ଏବେ କୁଟ୍ଟେଙ୍କ ନିଲମ୍ବନ ହଟିବାର ଏକ ନୋଟିସ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ କୁଟ୍ଟେ ଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ନିର୍ବାଚନ କମିଶନ । ଏବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କୁଟ୍ଟେ ରିପୋର୍ଟ କରିବେ ବୋଲି ଜଣାଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!