ନବୀନ ନିବାସରେ ବୈଠକ, ଛୁଟୁଛି ନେତାଙ୍କ ସୁଅ

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ବିଜେଡିର ପରାଜୟ ପରେ ୟେ ପ୍ରାୟ ଦ୍ଵିତୀୟ ବୈଠକ । ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଛନ୍ତି । ଉକ୍ତ ବୈଠକରେ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ ଏବଂ କଳିକେଶ ସିଂଦେଓଙ୍କ ସହ ଆଉକିଛି ନେତା ଉପସ୍ଥିତ ଥିବାର ସୂଚନା ରହିଛି ।

ବୈଠକ ର ମୂଳ କାରଣ ଜଣାପଡି ନଥିବା ବେଳେ ବିରୋଧୀ ଭାବେ ବିଜେଡି ନିଜର ସମର ନୀତି ପ୍ରସ୍ତୁତ କରୁଥିବା ର ମତ ରଖିଛନ୍ତି ରାଜନୈତିକ ବିଶାରଦ ।

ଅନ୍ୟପଟେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଲୁ ଓ ଆଲୋଚନା କଲୁ । ବିଚାର ବିମର୍ଶ କରୁଛୁ , ଠିକଣା ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!