ବିଧାୟିକା ବର୍ଷା ସିଂ ବରିହା ଙ୍କ ଟାର୍ଗେଟ୍‌, ଟ୍ୱିଟ କରି କହିଲେ କିଛି ଏପରି

ବିଧାୟିକା ବର୍ଷା ସିଂ ବରିହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମନମାନିକୁ ନେଇ ବର୍ଷିଛନ୍ତି ବର୍ଷା। କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ କିଛି ଦିନ ହେଲା ବିଜେପିର ବହୁ ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି ।

ଏହା ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ ।

ମୋ ବାପାଙ୍କର ଦେହାନ୍ତ ବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏପରି ଆକ୍ଷେପ କରିଥିଲେ।ବର୍ଷା କହିଛନ୍ତି, ତାଙ୍କ ଚରିତ୍ର ଓ ବାହାଘରକୁ ନେଇ ବିଜେପିର ନେତାମାନେ କୁତ୍ସାରଟନା କରିଥିଲେ । ହାତଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ।

ଏହି କାରଣରୁ ତାଙ୍କ ଓ ତାଙ୍କୁ ପରିବାରକୁ ଗଭୀର ମାନସିକ ଆଘାତ ଲାଗିଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷା ଆହୁରି କହିଛନ୍ତି, ଏପରି ଆକ୍ଷେପ ନ କରିବା ଲାଗି ଦଳର ନେତାଙ୍କୁ ବାରଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀଙ୍କୁ ସେ କହିଥିଲେ। ମାତ୍ର କେନ୍ଦ୍ରମନ୍ତ୍ରୀ କିଛି କହି ନଥିଲେ। ଏଥିଲାଗି ସେ ଗଭୀର ଦୁଃଖିତ ଥିଲେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!