ବଦଳିଛି ଆଦିଶକ୍ତିପୀଠ ତାରାତାରିଣୀର ରୂପରେଖ

ବଦଳିଛି ଆଦିଶକ୍ତିପୀଠ ତାରାତାରିଣୀର ରୂପରେଖ । 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହା ସମ୍ଭବ ହେଉଛି। ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀତଟ ରତ୍ନଗିରି ପାହାଡ଼ ଶୀର୍ଷରେ ରହିଛି ମା’ଙ୍କ ଆସ୍ଥାନ ।

ଗତବର୍ଷ ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ । 5T ରୂପାନ୍ତରଣରେ ମନ୍ଦିର ଚାରିପାଖ ନବୀକରଣ ସହ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାସହ ପ୍ରସାଦସେବନ ହଲ୍, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭାଷାନ୍ତର କେନ୍ଦ୍ର, ଧ୍ୟାନ ଓ ବିଶ୍ରାମ ନେବା ପାଇଁ ସ୍ବତନ୍ତ୍ର ହଲ୍ ନିର୍ମାଣ ହୋଇଛି । ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଏକ ଦିବ୍ୟ ଅନୁଭୂତି ଦେଉଛି ।

ଓଡ଼ିଶାର କଳା ଓ ସ୍ଥାପତ୍ୟର କଥା ବଖାଣୁଛି ମନ୍ଦିରର ସିଂହଦ୍ବାର ।
ମୋଟ୍ ୫୨ ଶକ୍ତିପୀଠରୁ ମା’ ତାରାତାରିଣୀଙ୍କ ପୀଠ ଅନନ୍ୟ । ଆଦିଶକ୍ତି ଭାବେ ମାଆ ତାରାତାରିଣୀ ପୂଜା ପାଉଛନ୍ତି । ମନ୍ଦିରକୁ ଯିବାକୁ ରୋଡ୍ ଓ ରୋପ୍ ୱେର ବ୍ୟବସ୍ଥା ରହିଛି । ଗତବର୍ଷ ମନ୍ଦିରର ନବୀକରଣ କରାଯାଇଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!