ରାଜ୍ୟରେ ଉଦଘାଟନ ହେଲା ସୁଭଦ୍ରା ପୋର୍ଟାଲ । ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର । ପୋର୍ଟାଲରେ ମିଳିବ ‘ସୁଭଦ୍ରା’ ଯୋଜନାର ସମସ୍ତ ସୂଚନା । ତେବେ ଏନେଇ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା । ସୁଭଦ୍ରା ପୋର୍ଟାଲ- subhadra.odisha.gov.inରେ ସମସ୍ତ ସୂଚନା ପାଇ ପାରିବେ । କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ କି କୌଣସି ପ୍ରକାର ସଂଶୟ ଥିଲେ ପୋର୍ଟାଲରୁ ହିଁ ଜାଣିହେବ ବୋଲି କହିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ । ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବାକୁ ହେବ । ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ମଧ୍ୟ କହିଛନ୍ତି ପ୍ରଭାତୀ ପରିଡ଼ା ।

