ଭୁଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର (୮-୪-୨୦୨୬) ଖୋର୍ଦ୍ଧାଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି।

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଦ୍ବିତୀୟ ଶିଳ୍ପବିଳ୍ପବ ଚାଲୁଛି। ‘ସମୃଦ୍ଧ ଓଡିଶାର ସ୍ବର୍ଣ୍ଣିମ ଯାତ୍ରାରେ ଏକ ନୂତନ କିନ୍ତୁ ଗୁରୁତପୁର୍ଣ୍ଣ ଫର୍ଦ୍ଦ ଯୋଡି ହୋଇଛି। ଏହି ଦୁଇ-ତିନି ବର୍ଷ ମଧ୍ୟରେ ଓଡ଼ିଶା କେବଳ ସମ୍ଭାବନାର ରାଜ୍ୟ ହୋଇ ରହି ନାହିଁ, ବରଂ ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରିବା ଆରମ୍ଭ କରିଛି। ପୂର୍ବରୁ ଆମ ସରକାର ଏହି ୧୮-୨୦ ମାସ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ୧୦୯ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଯାହାଦ୍ୱାରା, ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ଶିଳ୍ପ ବିକାଶକୁ ରାଜ୍ୟସାରା ପହଞ୍ଚାଇବୁ: ମୁଖ୍ୟମନ୍ତ୍ରୀ
ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ , ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ।

କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ଦେଶର ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପପତି ମାନଙ୍କ ସହ ଏକ ସ୍ୱତନ୍ତ୍ର ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେଇ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟରେ ଶିଳ୍ପ ଉନ୍ନତି ପାଇଁ ଓଡିଶା ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜମି, ବିଦ୍ୟୁତ୍, ପାଣି ଓ ଯୋଗାଯୋଗ ପରି ସମସ୍ତ ଆବଶ୍ୟକୀୟ ସୁବିଧା ପୂର୍ବରୁ ଆମ ସରକାର ଯୋଗାଇ ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଯୋଗାଇବ। ଏହା ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମସ୍ତ ଅନୁମୋଦନ ସମୟତା ମଧ୍ଯ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କୌଣସି ସମସ୍ୟା ହେଲେ ଶିଳ୍ପପତିମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରି ସମାଧାନ ପାଇପାରିବେ ବୋଲି ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଥିଲେ।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!