ଓ. ପି. ସିଂଙ୍କୁ ସମ୍ମାନଜନକ ‘ଆପେକ୍ସ ଇଣ୍ଡିଆ ଭିଜନାରୀ ଲିଡର୍ ଆୱାର୍ଡ

ସୁରକ୍ଷା ପରିଚାଳନା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ମହାନଦୀ କୋଲ୍ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ. ପି. ସିଂଙ୍କୁ ସମ୍ମାନଜନକ ‘ଆପେକ୍ସ ଇଣ୍ଡିଆ ଭିଜନାରୀ ଲିଡର୍ ଆୱାର୍ଡ- ୨୦୨୩’ ପ୍ରଦାନ କରାଯାଇଛି।

ଏଥିସହ ଆପେକ୍ସ ଇଣ୍ଡିଆ ଓଏଚ୍ଏସ୍ ପୁରସ୍କାର-୨୦୨୩ର କର୍ପୋରେଟ ବର୍ଗରେ କମ୍ପାନୀକୁ ‘ସିଲଭର ଆୱାର୍ଡ’ ପ୍ରଦାନ କରାଯାଇଛି। ଏମ୍ସିଏଲ୍ର କୁଲଦା ଓପନକାଷ୍ଟ ପ୍ରୋଜେକ୍ଟ (ଓସିପି)କୁ ବ୍ୟକ୍ତିଗତ/ ୟୁନିଟ୍ ବର୍ଗରେ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏ ନେଇ ଏମ୍ସିଏଲ୍ ସିଏମ୍ଡି ସିଂ ଗଭୀର କୃତଜ୍ଞତା ପ୍ରକାଶ କରିବା ସହ କହିଛନ୍ତି, ଏହି ପ୍ରଶଂସା ଟିମ୍ ଏମ୍ସିଏଲ୍ ପାଇଁ ଉତ୍ସାହର ଗଭୀର ଉତ୍ସ ହେବ। କର୍ମକ୍ଷେତ୍ରରେ ସୁରକ୍ଷା ଅଭ୍ୟାସକୁ ଆଗକୁ ନେବାରେ ଆମ ସମସ୍ତ ସଦସ୍ୟଙ୍କ ସାମୂହିକ ତଥା ନିରନ୍ତର ଉଦ୍ୟମକୁ ନିଶ୍ଚିତ କରିଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!