ସତ୍ୟ ସାରଥି: ବାଲିକୁଦା-ଏରସମାର ବିକାଶ ସାରଥି

ବାଲିକୁଦା-ଏରସମାରେ ଅଟକିଯିବକି ବିଜେଡିର ବିଜୟ ରଥ ? ବିଜେଡିର ଷଷ୍ଠ ବିଜୟ ଅଭିଯାନରେ ଲାଗିବ କି ବ୍ରେକ ? କାରଣ ୨୦୨୪ ସାଧାରଣ ନିର୍ବାଚନର ବିଗୁଲ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଣିପାରେ ପରିବର୍ତ୍ତନ । ବାଲିକୁଦା-ଏରସମାର ସତ୍ତା ପରିବର୍ତ୍ତନ କରିଦେଇପାରନ୍ତି ବିଜେପି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି । ସତ୍ୟଙ୍କ ଭଳି ଜଣେ ଯୁବ ଓ ନୂତନ ନେତୃତ୍ବକୁ ବିଜେପି ସୁଯୋଗ ଦେଇଥିବାବେଳେ ତାଙ୍କ ପ୍ରତି ବିପୁଳ ପରିମାଣର ଜନଆଶୀର୍ବାଦ ଦେଖିବାକୁ ମିଳୁଛି । ଲୋକାଭିମୁଖୀ ଆକର୍ଷକ ବ୍ୟକ୍ତିତ୍ବ, ଦେଶ ସାରା ସୃଷ୍ଟି ହୋଇଥିବା ଅଦ୍ଭୂତପୂର୍ବ ମୋଦୀ ଲହରୀ ଏବଂ ” ଡବଲ ଇଞ୍ଜିନ “ ସରକାର ପ୍ରତି ଜନସାଧାରଣଙ୍କର ଅତ୍ୟଧିକ ଆଗ୍ରହ ପରିପ୍ରେକ୍ଷୀରେ ଏଥର ବାଲିକୁଦା-ଏରସମାରେ ସତ୍ତା ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ରହିଛି ।

ବାଲିକୁଦା ନିର୍ବାଚନ ମଣ୍ଡଳୀର ସଂଗ୍ରାମପୁର ଗାଁର ବିଶିଷ୍ଟ ସମାଜସେବୀ ତଥା ଛାତ୍ର ନେତା ସତ୍ୟ ସାରଥୀ ମହାନ୍ତି । ଜଣେ ସୁଦକ୍ଷ, ସକ୍ରୀୟ ଓ ସଶକ୍ତ ଯୁବନେତା ଭାବରେ ତୃଣମୂଳ ସ୍ତରରେ ଲୋକଙ୍କ ସାଥିରେ ରହିବା ଓ ବିକାଶରେ ସହଭାଗୀ ହେବାରେ ସତ୍ୟଙ୍କ ଭୂମିକା ଅତୁଳନୀୟ । କୌଶଳ ବିକାଶ, ଆତ୍ମନିଯୁକ୍ତି ଏଵଂ ନେତୃତ୍ୱ ସହିତ ସହଭାଗୀତା ଦ୍ୱାରା ଉଦ୍ୟୋଗୀକରଣକୁ କାର‌୍ୟ୍ୟାନ୍ୱୟନ କରି ସମନ୍ବିତ ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ସମ୍ଭବପର କରିବା ପାଇଁ ସତ୍ୟ ଗୁରୁଦାୟିତ୍ବ ତୁଲାଇଛନ୍ତି । ମାତ୍ର ୬ ମାସ ମଧ୍ୟରେ ବାଲିକୁଦା-ଏରସମା ଅଞ୍ଚଳର କାୟାକଳ୍ପକୁ ବଦଳାଇ ଦେଇଥିବା ସତ୍ୟ ସାରଥୀ ଏବେ ବିକାଶର ସାରଥୀ ସାଜିଛନ୍ତି ।

ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ରକ୍ଷା କରିବା, ସାଙ୍ଗଠନିକ ଢାଞ୍ଚାକୁ ମଜବୂତ କରିବା, ହଜାର ହଜାର ଯୁବକ ଓ ମହିଳା କର୍ମୀଙ୍କୁ ସାମିଲ କରାଇ ଦଳର ଭିତ୍ତିକୁ ପରିବ୍ୟାପ୍ତ କରିବା ଏବଂ ସ୍ଥାନୀୟ ଅଞ୍ଚଳର ବିକାଶକୁ ସେ ସଦାସର୍ଦବା ପ୍ରାଥମିକତା ଦେଇଛନ୍ତି । ଜନମତ” ନାମକ ଏକ ପ୍ରଯୁକ୍ତି ଆଧାରିତ ସର୍ଭେ କରି ଲୋକ ମାନଙ୍କର ପ୍ରକୃତ ସମସ୍ୟା ଏବଂ ସେଗୁଡିକର ସମାଧାନର ସୁତ୍ରକୁ ଚିହ୍ନଟ କରିବାରେ ତାଙ୍କର ସଫଳତା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ସତ୍ୟଙ୍କର ଗବେଷଣା ଭିତ୍ତିକ ରାଜନୀତି ଏବଂ ପ୍ରଯୁକ୍ତି ବିଦ୍ୟା ଆଧାରିତ ଅଭିନବ ଜନକଲ୍ୟାଣ କାର‌୍ୟ୍ୟକ୍ରମ ସମସ୍ତଙ୍କ ମନକୁ ଛୁଇଁ ପାରିଛି ।

ବାଲିକୁଦା-ଏରସମାର ଉନ୍ନୟନ କ୍ଷେତ୍ରରେ ବ୍ୟାପକ ମାତ୍ରାରେ ଦୁର୍ନୀତି ସବୁଠାରୁ ବଡ଼ ବ୍ୟାଧକ ସାଜିଛି । ଯୁବକ ଯୁବତୀ ମାନେ ଉତ୍କଟ ବେକାରୀ ପରିସ୍ଥିତିର ଶିକାର ହେବା ସହ ଅନ୍ୟାନ୍ୟ ମୌଳିକ ସମସ୍ୟା ମଧ୍ୟ ଭୋଗୁଛନ୍ତି । ବିଧାୟକ ଭାବେ ନିର୍ବାଚିତ ହେଲେ ଏହି ସମସ୍ୟା ଗୁଡିକର ସମଧାନକୁ ସେ ସର୍ବାଧିକ ଅଗ୍ରାଧିକାର ଦେବେ ବୋଲି ସତ୍ୟ ଲକ୍ଷ୍ୟ ରଖିଛନ୍ତି । ଲୋକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସେ ନିଶ୍ଚିତ ଭାବରେ ସକ୍ଷମ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ସତ୍ୟଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜନୈତିକ ସମୀକ୍ଷକ ମାନଙ୍କର ଆକଳନ ଅନୁଯାୟୀ ଦୀର୍ଘ ଦିନ ଧରି ବାଲିକୁଦା-ଏରସମା ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ଭାବରେ ପରିଗଣିତ ହୋଇ ଆସୁଥିଲେ ହେଁ, ସତ୍ୟଙ୍କର ଲୋକାଭିମୁଖୀ ଆକର୍ଷକ ବ୍ୟକ୍ତିତ୍ବ, ଦେଶ ସାରା ସୃଷ୍ଟି ହୋଇଥିବା ଅଦ୍ଭୂତପୂର୍ବ ମୋଦୀ ଲହରୀ ଏବଂ ” ଡବଲ ଇଞ୍ଜିନ “ ସରକାର ପ୍ରତି ଜନସାଧାରଣଙ୍କର ଅତ୍ୟଧିକ ଆଗ୍ରହ ପରିପ୍ରେକ୍ଷୀରେ ଏଥର ସତ୍ତା ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ରହିଛି ।

ଆସନ୍ତା ଏକ ତାରିଖରେ ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନରେ ବାଲିକୁଦା -ଏରସମା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତ ଓ ଏରସମା ବ୍ଲକର ୨୫ଟି ପଞ୍ଚାୟତକୁ ନେଇ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି । ଏଠାରେ ପାଖାପାଖି ୩ ଲକ୍ଷ ଭୋଟର ରହିଛନ୍ତି । ଏଠାରେ ୨୦୦୯ ମସିହାରୁ ବିଜେଡି ଲଗାତାର ଭାବେ ବିଜୟର ବାନା ଉଡ଼ାଇ ଚାଲିଛି । ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ୨୦୦୯ରୁ ୨୦୧୪ ପର‌୍ୟ୍ୟନ୍ତ ବିଧାୟକ ଥିଲେ। ୨୦୧୯ ମସିହାରେ ରଘୁନନ୍ଦନ ଦାସ ବିଜେପି ଦଳରୁ ଆସି ବିଜେଡି ଟିକେଟ ପାଇ ଜିତିଥିଲେ। ୨୦୧୯ରେ ବାଲିକୁଦା- ଏରସମା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ୧୦୩, ୮୧୪ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ୪୯, ୨୩୧ ଖଣ୍ଡ ଭୋଟ ମିଳିଥିଲା। ବିଜେପିରୁ ଦାମୋଦର ରାଉତ ୩୭,୬୧୧ ଖଣ୍ଡ ଭୋଟ ପାଇଥିଲେ। ବାଲିକୁଦା- ଏରସମାରେ ପ୍ରଚାର ଜମି ଆସିଲାଣି। ଜୁନ ୧ ତାରିଖରେ ଭୋଟଗ୍ରହଣ କରାଯିବ। ଭୋଟ ଗଣତି ପରେ ଜଣା ପଡ଼ିବ କାହା ମୁଣ୍ଡରେ ଭୋଟର ହାତୀ ସୁନା କଳସ ଢାଳୁଛନ୍ତି।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!