ହଲିଉଡ ଫିଲ୍ମ ଓପନ ହାଇମରରେ ହିନ୍ଦୁ ଧର୍ମଗ୍ରନ୍ଥକୁ ଅପମାନ । ଇଣ୍ଟିମେଟ ସିନରେ ଭଗବତ ଗୀତା ପାଠକୁ ନିନ୍ଦା କରାଯାଉଥିବା ଅଭିଯୋଗ । ଅଫିସରେ ଜବରଦସ୍ତ ଇନକମ କରୁଥିବା ବେଳେ ଫିଲ୍ମର କିଛି ସିନକୁ ନେଇ ଭାରତରେ ବିବାଦ ବଢିବାରେ ଲାଗିଛି । ଫିଲ୍ମଟି ପ୍ରଥମ ପରମାଣୁ ବୋମାର ଜନକ ତଥା ବୈଜ୍ଞାନିକ ଜେ ରବର୍ଟ ଓପନହାଇମରଙ୍କ ବାୟୋଗ୍ରାଫୀକୁ ନେଇ ନିର୍ମାଣ କରାଯାଇଛି । ଓପନହାଇମର ଭଗବତ ଗୀତା ପାଠ କରୁଥିବା ଫିଲ୍ମରେ ଦେଖାଯାଇଛି । ହେଲେ ଇଣ୍ଟିମେଣ୍ଟ ସିନରେ ସେ ଗୀତା ପାଠ କରିବାକୁ ନେଇ ବିବାଦ ଉଠିଛି । ନିର୍ଦ୍ଦେଶକ କ୍ରିଷ୍ଟ୍ରୋଫର ନୋଲନଙ୍କୁ ଟ୍ରୋଲ କରୁଛନ୍ତି ଦର୍ଶକ ।

