ଡୋନାଲ୍ଡ ଟ୍ରମ୍ପ ଦେଶର ନାଗରିକତା ପାଇବା ପାଇଁ ନୂଆ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି । ଯାହାର ମୂଲ୍ୟ ୧ ମିଲିଅନ୍ ଡଲାର୍ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ୮ କୋଟି ୯୭ ଲକ୍ଷ ଟଙ୍କା ଦେଲେ ମିଳିବ ଆମେରିକାର ନାଗରିକତ୍ବ । ତେବେ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି ।
ଗତ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ପରେ ଏବେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି ।
ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍ଲାଇନ୍ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ କାର୍ଡ । ଏଥିରୁ ଯେଉଁ ରାଶି ମିଳିବ ତାହା ୟୁନାଇଟେଡ୍ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ଟ୍ରେଜେରୀକୁ କୋଟି କୋଟି ଟଙ୍କା ଆସିବ ।

