ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ କଟିବ ଦରମା

ଦୁଇ ଲିଜେଣ୍ଡ ଏବେ ବି ଓ୍ୱାନଡେ ଫର୍ମାଟରେ ଜଲଓ୍ୱା ଦେଖାଉଥିବାବେଳେ, ନିକଟରେ ସାଉଥ୍ ଆଫ୍ରିକା ବିପକ୍ଷରେ ରନ ବର୍ଷା କରିଥିଲେ । ହେଲେ ଆଗକୁ କିନ୍ତୁ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । କମିବାକୁ ଯାଉଛି ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଦରମା ।

ଆସନ୍ତା ଡିସେମ୍ବର ୨୨ ତାରିଖରେ ବସିବାକୁ ଯାଉଛି ବିସିସିଆଇର ବାର୍ଷିକ ବୈଠକ । ଏହି ବୈଠକରେ ବିରାଟ କୋହଲି ଆଉ ରୋହିତ ଶର୍ମାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ ନିଷ୍ପତ୍ତି ନିଆଯାଇପାରେ । ବର୍ତ୍ତମାନ ସମୟରେ ଏହି ଦୁଇ ଖେଳାଳି ବିସିସିଆଇର ଏ+ କାଟାଗୋରିରେ ଆସୁଛନ୍ତି । ହେଲେ ଏବେ ଏହାକୁ କମେଇ ଏ ଗ୍ରେଡ୍ କରିବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ।

ରୋହିତ ଶର୍ମା ଆଉ ବିରାଟ କୋହଲି ଏବେ କେବଳ ଓ୍ୱାନଡେ ମ୍ୟାଚ୍ ଖେଳୁଛନ୍ତି । ହେଲେ ବିସିସିଆଇ କିନ୍ତୁ ଏହି ଦୁଇ ଖେଳାଳିଙ୍କୁ ଏ+ ଗ୍ରେଡରେ ରଖିଥିବାରୁ, ଦୁହେଁ ବର୍ଷକୁ ବିସିସିଆଇଠାରୁ ୭ କୋଟି ଟଙ୍କା ଦରମା ପାଉଛନ୍ତି । ହେଲେ ଦୁହିଁଙ୍କ ଦରମାକୁ କମାଇ ଏବେ ୫ କୋଟି କରିବାକୁ ବିସିସିଆଇ ନିଷ୍ପତ୍ତି ନେଇପାରେ ବୋଲି ଜଣାପଡ଼ିଛି ।

Post Views5 Total Count

Apply Now


This will close in 0 seconds

error: Content is protected !!