ପୁଣି ଥରେ ପ୍ରେମ ପାଇଁ ବର୍ଡର ପାର୍‌

ପୁଣି ପ୍ରେମ ପାଇଁ ବର୍ଡର ପାର୍‌ । ଆପଣ ଜାଣିଥିବେ ଗତ କିଛି ଦିନ ତଳେ ପାକିସ୍ତାନରୁ ଜଣେ ମହିଳା ପ୍ରେମିକଙ୍କୁ ଦେଖାକରିବା ପାଇଁ ଚାଲିଆସିଥିଲେ । ଠିକ୍‌ ସେହିପରି ଆଜି ସେମିତି ଏକ ଖବର ସାମ୍ନାକୁ ଆସିଛି । ପ୍ରେମିକକୁ ଭେଟିବାକୁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା । ଫେସବୁକରେ ପ୍ରେମ ପରେ ପାକିସ୍ତାନ ଖେବର-ପଖତୁନଖ୍ବାର ଯୁବକଙ୍କୁ ଭେଟିବାକୁ ସୀମା ପାର ହୋଇ ଯାଇଛନ୍ତି ଭିଓ୍ବାଡ଼ି ଜିଲ୍ଲାର ଅଞ୍ଜୁ । ଗତ କିଛି ମାସ ତଳେ ଫେସବୁକରେ ଖେବରର ନସରୁଲ୍ଲହାଙ୍କ ସହ ଅଞ୍ଜୁଙ୍କର ବନ୍ଧୁତା ହୋଇଥିଲା । ବିଦେଶରେ ଚାକିରି ଆବେଦନ କରିବା ପାଇଁ ସେ ପାସପୋର୍ଟ ବନାଇଥିଲେ ବୋଲି ତାଙ୍କ ସ୍ବାମୀ ଅରବିନ୍ଦ କହିଛନ୍ତି । ତେବେ ପାକିସ୍ତାନରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଡକୁମେଣ୍ଟ ଯାଞ୍ଚ ସରିବା ପରେ ଅଞ୍ଜୁଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!