ପ୍ରତୀକ ସିଂ….ଗୋଟେ ତୋଫାନ । ଦରଦୀ ମଣିଷ ହେଲେ ଦର୍ଦ୍ଦନାକ ଅଫିସର । ସେ ଇନଭେଷ୍ଟିଗେସନର ମାଷ୍ଟରମାଇଣ୍ଡ, 360 ଡିଗ୍ରୀ ତଦନ୍ତ କରିବାରେ ପୂରା ମାହିର । ଏକ ନମ୍ବର ଡାଇନାମିକ ଅଫିସର । କମ କଥାରେ ଅପରାଧିଙ୍କ ନିଦ ହଜାଉଥିବା ଆଇପିଏସ । ଆଉ ଭୁବନେଶ୍ବର କ୍ଲିନ କ୍ରାଇମ କରିବାରେ ଲାଗିପଡ଼ିଥିବା ସିନସିୟର ଓ ସଚ୍ଚୋଟ ଆଇପିଏସ ଅଫିସର ହେଉଛନ୍ତି ପ୍ରତୀକ ସିଂ । ଭୁବନେଶ୍ବରର ଡିସିପି ଭାବେ କାର୍ୟ୍ୟରତ ରହି ସାରା ଓଡିଶାର ଘରେ ଘରେ ପରିଚିତ ହୋଇଥିବା ନାଁଟି ହେଉଛି ପ୍ରତୀକ ସିଂ । ଜଣେ ସଚ୍ଚୋଟ ଅଫିସର ଭାବେ ରାଜ୍ୟ ପୋଲିସ ପ୍ରଶାସନରେ ସେ ଯେତିକି ଜଣାଶୁଣା ଅପରାଧୀଙ୍କୁ ନିପାତ କରି ଅପରାଧ ଜଗତରେ ବି ସେତିକି ଜଣାଶୁଣା । ତାଙ୍କ କାମ, କାମ କରିବାର ଷ୍ଟାଇଲ ସବୁକିଛି ବେଶ୍ ନିଆରା ଓ ସ୍ପେଶାଲ ।
ହରିଆଣାର ସାହାସୀ ଯୁବକ ପ୍ରତୀକ ସିଂ । ପିଲାଟି ଦିନରୁ ସାହାସୀ ଆଉ ଦାମ୍ଭିକ । ଖେଳକୁଦ ସହ ପାଠପଢାରେ ବେଶ୍ ମାହିର । ଲୋକଙ୍କ ଦୁଃଖ ଦେଖିଲେ ଅନ୍ତରରେ କାନ୍ଦୁଥିବା ଦରଦୀ ମଣିଷଟିଏ । ପିଲାଟି ଦିନରୁ ଲୋକଙ୍କ ସେବା କରିବାକୁ ନିଶାରେ ଉଦବୃଦ୍ଧ ହୋଇଥିଲେ ପ୍ରତୀକ । ଭାରତୀଯ ପ୍ରଶାସନିକ ସେବାରେ ଯୋଗଦେବାର ଲକ୍ଷ୍ୟ ତାଙ୍କୁ ନେଇଆସିଥିଲା ସେବାର ଏ ନୂତନ ପଥକୁ । ୨୦୧୦ରେ ଇଞ୍ଜିନିୟରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ପ୍ରତୀକ ସିଂ । ହେଲେ ଇଞ୍ଜିନିୟର ହେବା ବଦଳରେ ଆଇପିଏସ ହେବାକୁ ମନ ବଳାଇଥିଲେ । ପରେ ୟୁପିଏସସି ପାଇଁ ତୟାରୀ କରିଥିଲେ । ଆଉ ୨୦୧୪ରେ ବନିଯାଇଥିଲେ ଆଇପିଏସ ଅଫିସର । ୨୦୧୪ ବ୍ୟାଚ ଓଡିଶା କ୍ୟାଡର ଆଇପିଏସ ଅଫିସର ଭାବେ ପ୍ରତୀକ ସିଂ ଆରମ୍ଭ କରିଥିଲେ ନୂଆ ଏକ ଏକ ଅଭିଯାନ, ନୂଆ ଏକ ଯାତ୍ରା ।
ଗଞ୍ଜାମ ହେଉଛନ୍ତି ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଜିଲ୍ଲାରୁ ହିଁ ୨୪ ବର୍ଷ ହେଲା ନିର୍ବାଚିତ ହେଉଛନ୍ତି । ଏହି ଦୃଷ୍ଟିରୁ ଗଞ୍ଜାମ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ବବହନ କରେ । ଏହି ଜିଲ୍ଲାର ଆଇନଶୃଙ୍ଖଳା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ମଧ୍ୟ । ଏଭଳି ଗୁରୁଦାୟିତ୍ବକୁ ଦିନେ ପ୍ରତୀକଙ୍କ ଉପରେ ନ୍ୟସ୍ତ କରିଥିଲେ ତତ୍କାଳୀନ ନବୀନ ସରକାର । ୨୦୧୬ରେ ସେ ବ୍ରହ୍ମପୁର ଏସପି ଭାବେ ଦାୟିତ୍ବ ପାଇଥିଲେ । ପ୍ରାୟ ବର୍ଷେ ଧରି ବ୍ରହ୍ମପୁର ଏସପି ଭାବେ ଗୁରୁଦାୟିତ୍ବ ତୁଲାଇ ପୋଲିସ ପ୍ରଶାସନ ମହଲରେ ପ୍ରଶଂସା ସାଉଁଟିଥିଲେ । ଏହାପରେ ତାଙ୍କ ବଦଳି ହୁଏ ମାଲକାନଗିରିକୁ । ମାଲକାନଗିରି…ଯେଉଁଠି କଥା କହୁଥିଲା ନକ୍ସଲଙ୍କ ବନ୍ଧୁକ । ପାଦେ ପାଦେ ବିପଦ ଆଉ ପ୍ରତି ମୂହୁର୍ତ୍ତରେ ଚ୍ୟାଲେଞ୍ଜ । ସେଭଳି ଜିଲ୍ଲାକୁ ଏସପି ହୋଇଯାଇଥିଲେ ପ୍ରତୀକ । ଜଣେ ଯୁବ ଓ ଦକ୍ଷତା ସମ୍ପନ୍ନ ଅଫିସର ଭାବେ ପ୍ରତୀକଙ୍କ ଉପରେ ଭରସା କରିଥିଲେ ସେତେବେଳର ସରକାର । ଆଉ ସେହି ଭରସାକୁ ସତ ପ୍ରମାଣିତ କରି ମାଲକାନଗିରିରେ ମାଓ ଦମନ କ୍ଷେତ୍ରରେ ପ୍ରତୀକ ବେଶ୍ ସଫଳତା ପାଇଥିଲେ । ପରେ ୨୦୧୮ରୁ ୨୦୨୦ ଯାଏଁ ସେ କାନ୍ଦାଲ ଏସପି ଭାବେ କାମ କରିଥିଲେ । ଏହାପରେ ୨୦୨୦ରେ ପ୍ରତୀକଙ୍କୁ ଟୁଇନସିଟିକୁ ନେଇଆସିଥିଲେ ସରକାର । ପରେ ପରେ କଟକ ଓ ଭୁବନେଶ୍ବରର ଡିସିପି ଭାବେ କାର୍ୟ୍ୟରତ ଅଛନ୍ତି ପ୍ରତୀକ । ଏହି ଦାଯିତ୍ବ ନେଇ ସେ ବେଶ୍ ସଫଳତା ମଧ୍ୟ ପାଇଛନ୍ତି ।
କ୍ରାଇମଫ୍ରି ସିଟି କରିବାରେ ଡିସିପି ପ୍ରତୀକ ସିଂଙ୍କର ନିଜସ୍ବ ଷ୍ଟାଇଲ ଥାଏ । ପ୍ରତି ଜାଗାକୁ ଅପରାଧ ମୁକ୍ତ କରିବାକୁ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି । ଅପରାଧୀଙ୍କ ସହ ମୁକାବିଲା କରିବା ପାଇଁ ଡିସିପି ନିଜର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି ଏବଂ ସେମାନେ ବହୁ ପରିମାଣରେ ସଫଳ ହୋଇଛନ୍ତି । ଅପରାଧ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଭୁବନେଶ୍ବର । ଅପରାଧ ମୁକ୍ତ ସ୍ମାର୍ଟ ସିଟି ସବୁବେଳେ ଚ୍ୟାଲେଞ୍ଜ ରହିଥାଏ । ଏହି ଆହ୍ବାନକୁ ଗ୍ରହଣ କରି କାମ କରୁଛନ୍ତି ପ୍ରତୀକ । ତାଙ୍କ ନେତୃତ୍ବରେ କମିଶନରେଟ ପୋଲିସ ପାଇଛି ବ୍ୟାପକ ସଫଳତା । ପ୍ରତୀକଙ୍କ ସମୟରେ ହିଁ ରେକର୍ଡ ସଂଖ୍ୟକ କେସର ସମାଧାନ ହୋଇଛି । ପ୍ରାୟ ସମସ୍ତ ମାମଲାର କ୍ଲାଇମାକ୍ସରେ ପହଞ୍ଚିଛି ପୋଲିସ । ଅପରାଧୀ ଯେତେ ଚାଲାଖ ହେଲେବି ପ୍ରତୀକଙ୍କ ରାଡାରରୁ ଖସିପାରିନାହାନ୍ତି । ରାଜଧାନୀରେ ବିକ୍ଷୋଭ ହେଉ କି ଗଣଆନ୍ଦୋଳନ । ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ସବୁଠି ଶାନ୍ତି ବଜାୟ ରଖିବାରେ ପ୍ରତୀକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ପ୍ରତୀକଙ୍କ ଭଳି ଜଣେ ଦକ୍ଷ ଅଫିସରକୁ ଭୁବନେଶ୍ବର ସବୁବେଳେ ପସନ୍ଦ କରିଛି । ଆଗକୁ ମଧ୍ୟ ଓଡିଶାରେ ଅପରାଧ ନିୟନ୍ତ୍ରଣ କରିବାରେ ସେ ଏମିକି କାମ କରନ୍ତୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ଆଶା କରୁଛି ।

