ସ୍ତ୍ରୀ ଓ ଝିଅକୁ ୪ ଲକ୍ଷ ଟଙ୍କା ଦେବେ ସାମି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାମିଙ୍କୁ କଲିକତା ହାଇକୋର୍ଟରେ ଛାଡପତ୍ର ମାମଲାରେ ଏକ ବଡ଼ ଝଟକା ଲାଗିଛି। କୋର୍ଟ ଷ୍ଟାର କ୍ରିକେଟରଙ୍କୁ ତାଙ୍କ ବିଚ୍ଛିନ୍ନ ପତ୍ନୀ ହସିନ ଜହାଁ ଏବଂ ଝିଅଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି। ହସିନ ଜହାଁଙ୍କୁ ପ୍ରତି ମାସରେ ୧.୫୦ ଲକ୍ଷ ଟଙ୍କା ଦେବାକୁ ପଡିବ ଏବଂ ଝିଅଙ୍କୁ ପ୍ରତି ମାସରେ ୨.୫୦ ଲକ୍ଷ ଟଙ୍କା ମିଳିବ ବୋଲି ଅଦାଲତ ଶୁଣାଣି କରିଛନ୍ତି। ତେବେ ଏହି ରାଶି ପଛୁଆ ୭ ବର୍ଷରୁ ଲାଗୁ କରାଯାଇଛି। ଘରୋଇ ହିଂସାରୁ ମହିଳା ସୁରକ୍ଷା’ ଆଇନ ଅନୁଯାୟୀ ଏହି ମାମଲା ଦାୟର କରାଯାଇଥିବା ବେଳେ ଏହାର ଶୁଣାଣି କରି ନିମ୍ନ ଅଦାଲତକୁ ଛଅ ମାସ ମଧ୍ୟରେ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତବର୍ଷ ମହମ୍ମଦ ସାମି ତାଙ୍କ ଝିଅ ଆୟରାଙ୍କ ସହ ଏକ ଭାବପ୍ରବଣ ସାକ୍ଷାତ କରିଥିଲେ। ଭାରତୀୟ କ୍ରିକେଟ ଦଳର ଏହି ଖେଳାଳି ବହୁତ ଦିନ ପରେ ତାଙ୍କ ଝିଅକୁ ଭେଟିଥିଲେ ଏବଂ ବାପା-ଝିଅ ଯୋଡ଼ିଙ୍କୁ ଏକାଠି ସପିଂ କରୁଥିବାର ଦେଖିବାକୁ ମିଳିଥିଲା।

Post Views44 Total Count

Apply Now


This will close in 0 seconds

error: Content is protected !!