ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସର ଜେଲ୍‌ ଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା। ଆଇନ ଅବମାନନା ମାମଲାରେ ଶେଖ ହସିନାଙ୍କୁ ୬ ମାସର ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ରେ ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଜାରି କରିଛନ୍ତି। ପ୍ରଥମଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି।

ହସିନାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। ବାଂଲାଦେଶରେ ଶେଖ୍ ହାସିନାଙ୍କ ବିରୋଧରେ ଅନେକ ମାମଲାରେ ଏବେ ବିଚାର ଚାଲିଛି। ଶେଖ୍ ହାସିନା ୨୦୨୪ରେ ଭାରତରେ ପହଞ୍ଚିଥିଲେ। ସେହିଦିନ ଠାରୁ ‌ସେ ନୂଆଦିଲ୍ଲୀରେ ଅଛନ୍ତି। ତେବେ ୟୁନୁସ୍ ସରକାର ହାସିନାଙ୍କୁ ଫେରାଇ ଆଣିବା ପାଇଁ ଭାରତକୁ ବାରମ୍ବାର ଅନୁରୋଧ କରିଛନ୍ତି। ଏନେଇ କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ ଏଯାବତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ଶେଖ ହନିନାଙ୍କ ବିରୋଧରେ ଆଇନ ଅବମାନନା ମାମଲା ଗତବର୍ଷ ଅକ୍ଟୋବର ମାସରେ ରୁଜୁ ହୋଇଥିଲା। ଯାହାକି ଲିକ ହୋଇଥିବା ଏକ ଫୋନକଲ ସହିତ ଜଡ଼ିତ ଥିଲା। ଲିକ ହୋଇଥିବା ଅଡିଓ ହସିନାଙ୍କର ବୋଲି କୁହାଯାଉଥିଲା। ଯେଉଁଥିରେ, ‘ମୋ ବିରୋଧରେ ୨୨୭ଟି ମାମଲା ରୁଜୁ କରାଯାଇଛି। ସେଥିପାଇଁ ମୋତେ ୨୨୭ଜଣଙ୍କୁ ହତ୍ୟା କରିବା ପାଇଁ ଲାଇସେନ୍ସ ମିଳି ଯାଇଛି…’ କୁହାଯାଉଥିବା ଶୁଣିବାକୁ ମିଳିଥିଲା।’ଶେଖ ହସିନାଙ୍କ ସମେତ ଟ୍ରିବ୍ୟୁନାଲ ଗାଇବନ୍ଧାର ଗୋବିନ୍ଦଗଞ୍ଜର ଶକିଲ ଆକନ୍ଦ ବୁଲବୁଲଙ୍କୁ ମଧ୍ୟ ଦୁଇମାସ ଜେଲଦଣ୍ଡ ଦିଆଯାଇଛି।

 

Post Views13 Total Count

Apply Now


This will close in 0 seconds

error: Content is protected !!