ଆଉ ନାହାନ୍ତି ପଦ୍ମବିଭୂଷଣ ରାମୋଜି ରାଓ

ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି.ରାମୋଜୀ ରାଓ ଙ୍କ ଦେହାନ୍ତ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ସକାଳ ପ୍ରାୟ ୪.୫୦ ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ସୋସିଆଲ ମିଡିଆରେ ଦୁଖଃ ଜଣାଇବା କରିବା ସହ ଶୋକ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ରାଓ ଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବ ।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!