ଆରମ୍ଭ ହୋଇଛି ଜ୍ଞାନବାପୀ ମସଜିଦ ପରିସରର ASI ଟିମ୍ର ସର୍ଭେ ।ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଛି । ସର୍ଭେ ଟିମରେ ଦୁଇ ଜଣ ଓକିଲ ମଧ୍ୟ ସାମିଲ ହୋଇଛନ୍ତି । ସର୍ଭେ ରିପୋର୍ଟ ଆସିବା ପରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ଜଣାପଡିବ। ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ। ତେଣୁ ଆଜି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବେ ବୋଲି ସୂଚନା ରହିଛି ।
Related Posts
ମିଶନ ଗଗନଯାନ; ୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ମଙ୍ଗଳବାର ଠାରୁ କେରଳ, ତାମିଲନାଡୁ ଏବଂ ମହାରାଷ୍ଟ୍ରର ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିରୁଅନନ୍ତପୁରମରେ ବିକ୍ରମ…
ସମସ୍ତ କେନ୍ଦ୍ରୀୟ ହସ୍ପିଟାଲରେ ୨୫ ପ୍ରତିଶତ ସୁରକ୍ଷା ବଢାଇବାକୁ କେନ୍ଦ୍ରର ନିଷ୍ପତ୍ତି
କୋଲକାତା ଆର ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ନିକଟରେ ଆଇଏମଏ ମଧ୍ୟ…
ବଞ୍ଚି ଯାଇଛନ୍ତି ଏହି ଗୋଟିଏ ଲୋକ
ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ପ୍ରକାଶିତ ସୂଚନା ଅନୁଯାୟୀ,…

