ଓସିବିଏର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ନିକଟସ୍ଥ ଗଣ୍ଡମୁଣ୍ଡା ବିବେକାନନ୍ଦ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି ଓଡ଼ିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନ (ଓସିବିଏ)ର ପ୍ରଥମ ପ୍ରତିଷ୍ଠା ଦିବସ ।
କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନର ମୁଖ୍ୟ ଲକ୍ଷ୍ୟ ରାଜ୍ୟ କିପରି ନିଯୁକ୍ତି ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅଗ୍ରସର କରିପାରିବ। ଓଡ଼ିଶା କଷ୍ଟମ୍ସ୍ ବ୍ରୋକର୍ସ ଆସୋସିଏସନର ଏପରି ମହତ୍ ଉଦ୍ଦେଶ୍ୟକୁ ସ୍ବାଗତ ଜଣାଇଥିଲେ। ଓଡ଼ିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନର ସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ ଉକ୍ତ ସଭା ପରିଚାଳନା କରିଥିଲେ।

କେନ୍ଦ୍ର ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ତର୍ଜାତୀୟ କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନର ସଭାପତି ଶଙ୍କର.ପି.ସିନ୍ଧେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ସେହିଭଳି ଶାଶ୍ୱତ ମିଶ୍ର, ପ୍ରମୁଖ ସଚିବ,ଏମ୍ଏସ୍ଏମ୍ଇ ବିଭାଗ ଓଡ଼ିଶା ସରକାର, ସତେନ୍ଦ୍ର କୁମାର ସିଂହ, ମୁଖ୍ୟ କମିଶନର ଜିଏସ୍ଟି, ସିଏକ୍ସ ଏବଂ କଷ୍ଟମ ଭୁବନେଶ୍ୱର, ମାଧବ ଚନ୍ଦ୍ର ମିଶ୍ର କମିଶନର କଷ୍ଟମ ବିଭାଗ,ଭୁବନେଶ୍ୱର, ପି.ଏଲ୍.ହାରାନ୍ଧ ଚେୟାରମ୍ୟାନ୍ ପାରାଦୀପ ପୋର୍ଟ ଟ୍ରଷ୍ଟ ଅଥରିଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!