ବିହାର ଶିକ୍ଷା ବିଭାଗର ନୂଆ ନିୟମ । ଜିନ୍ସ ଓ ଟି ସାର୍ଟ ପିନ୍ଧି ଅଫିସ ଆସିପାରିବେନି କର୍ମଚାରୀ । ସମସ୍ତ କର୍ମଚାରୀଙ୍କୁ ଫର୍ମାଲ ଡ୍ରେସ କୋର୍ଡରେ ଆସିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ । ବିହାର ଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ବିଭାଗର କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଡ୍ରେସ କୋଡ ପାଳନ କରୁନାହାଁନ୍ତି ଏବଂ ଉପଯୁକ୍ତ ପୋଷାକ ପିନ୍ଧୁ ନାହାଁନ୍ତି, ଯାହା ନିୟମ ବିରୁଦ୍ଧ ଅଟେ।

